29.1 C
Bhubaneswar
Saturday, April 27, 2024
Homeଓଡିଶାମହାନଦୀ ଟ୍ରିବ୍ୟୁନାଲ ଅବଧି ୨ ବର୍ଷ ବୃଦ୍ଧି

ମହାନଦୀ ଟ୍ରିବ୍ୟୁନାଲ ଅବଧି ୨ ବର୍ଷ ବୃଦ୍ଧି

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲ ଅବଧି ୨ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ୨୦୨୩ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର ଅବଧି ବଢିଛି । ଅବଧି ବୃଦ୍ଧି ନେଇ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ତଃରାଜ୍ୟ ନଦୀ ଜଳ ବିିବାଦ ଆଇନ ୧୯୫୬ ଧାରା ୪ ଅନୁସାରେ ଟ୍ରିବୁନାଲ ଗଠନ ହୋଇଥିଲା ।  ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଟ୍ରିବୁନାଲ ଗଠନ ହୋଇଥିଲା । ୩ ବର୍ଷ ପାଇଁ କାର୍ଯ୍ୟକାଳ ଧାର୍ଯ୍ୟ କରିଥିଲେ ସରକାର । ୨୦୨୧ ମାର୍ଚ୍ଚ ୧୧ ସୁଦ୍ଧା ରିପୋର୍ଟ ଦାଖଲ କରିବାର ଥିଲା । ମାତ୍ର କିଛି କାରଣ ପାଇଁ ବର୍ତମାନ ସୁଦ୍ଧା ରିପୋର୍ଟ ଦାଖଲ ହୋଇନି । ଏହି ଟ୍ରିବୁନାଲର ୩ ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି । କାର୍ଯ୍ୟକାଳ ବୃଦ୍ଧି ପରେ ୨୦୨୩ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ବର୍ତ୍ତମାନ ଟ୍ରିବୁନାଲର ଅବଧି ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking