38.1 C
Bhubaneswar
Friday, April 26, 2024
Homeଓଡିଶାବିଜେଡିକୁ ଭୋଟ ଦେବା ପାଇଁ ବିଡିଓ ଓ ତହସିଲଦାରମାନେ ଭୋଟରଙ୍କୁ ପ୍ରବର୍ତାଉଛନ୍ତି : ମନମୋହନ ସାମଲ

ବିଜେଡିକୁ ଭୋଟ ଦେବା ପାଇଁ ବିଡିଓ ଓ ତହସିଲଦାରମାନେ ଭୋଟରଙ୍କୁ ପ୍ରବର୍ତାଉଛନ୍ତି : ମନମୋହନ ସାମଲ

ପଂଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ

* ଅବାଧ, ମୁକ୍ତ ଓ ନିରପେକ୍ଷ ପଂଚାୟତ ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ ହେବା ସହିତ ସ୍ୱପ୍ନରେ ପରିଣତ ହେବାକୁ ଯାଉଛି
* ଆରଡି ଗ୍ରାମ ପଂଚାୟତର ଆଶାୟୀ ପ୍ରାର୍ଥୀ ଶ୍ରୀମତୀ ସସ୍ମିତା ପାଢୀ ଓ ଶ୍ରୀ ସମର ପାଢୀଙ୍କ ସମେତ ପାଖାପାଖି ୪୦ରୁ ଉର୍ଦ୍ଧ୍ୱ ଆଶାୟୀ ପ୍ରାର୍ଥୀଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେଇଛନ୍ତି
* ଚଂଚକତା କରୁଥିବା ଚାନ୍ଦବାଲି ବିଡିଓ ଏବଂ ତହସିଲଦାରଙ୍କ ତଥ୍ୟ ଓ ପ୍ରମାଣ ପ୍ରଦାନ , ବିହୀତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ
ଭୂବନେଶ୍ୱର : ସାଧାରଣ ଲୋକଙ୍କ ସ୍ୱାର୍ଥ ସମ୍ବଳିତ କାର୍ଯ୍ୟ ନକରି ଶାସକ ଦଳର ହାତବାରିସୀ ଓ ଏଜେଂଟ ସାଜି ବିଡିଓ ଓ ତହସିଲଦାରମାନେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡିକୁ ଭୋଟ ଦେବା ପାଇଁ ନିରୀହ ଗରିବ ଲୋକଙ୍କୁ ପ୍ରବର୍ତାଉଛନ୍ତି । ଏହି କାରଣରୁ ଆସନ୍ତା ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବାର ସମ୍ଭାବନା କ୍ଷୀଣ ହେବା ସହିତ ସ୍ୱପ୍ନରେ ପରିଣତ ହେବାକୁ ଯାଉଛି ବୋଲି ଶ୍ରୀ ଅଭିଯୋଗ କରିଛନ୍ତି ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଏ ସଂପର୍କରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଶ୍ରୀ ସାମଲ ସୁଚନା ଦେଇ କହିଛନ୍ତି ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଯୋଜନାରେ ବାସଗୃହ ପାଇବା ପ୍ରସଙ୍ଗରେ ସ୍ଥାନୀୟ ବିଡିଓଙ୍କ ନିକଟରେ ଦରଖାସ୍ତ କରିବା ସତ୍ୱେ ଯେଉଁ ପ୍ରକାର ବ୍ୟବହାର ଓ ଅଣଦେଖା କରାଯାଇ ତାଙ୍କୁ ହଇରାଣ ଓ ହରକତ କରାଗଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସ୍ଥାନୀୟ ବିଡିଓ ଏବଂ ତହସିଲଦାର ବିଭିନ୍ନ ଚଂଚକତା ଓ ଭ୍ରଷ୍ଟାଚାରର ଏକ ପ୍ରମୁଖ ସଦସ୍ୟ ହୋଇଥିବାର ସତ୍ୟାସତ୍ୟ ଅନୁସନ୍ଧାନ ପରେ ଏହା ପ୍ରମାଣିତ ହୋଇଛି । ଭୂଲ ଜିଏସଟି ନମ୍ବର ଥିବା ମିଥ୍ୟା ବିଲ୍ ଜରିଆରେ ଏବଂ ଶାସକ ଦଳର ସ୍ଥାନୀୟ ନେତାଙ୍କ ମିଳିତ ସହଯୋଗରେ ଉଭୟ ବିଡିଓ ଏବଂ ତହସିଲଦାର ମିଳିତ ଭାବେ ବ୍ୟାପକ ପରିମାଣର ଅର୍ଥ ହଡପ୍ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରତିନିଧି ଭାବେ ବିଡିଓ ନିଜ କ୍ଷମତାର ଅପବ୍ୟବହାର କରି ଶାସକ ଦଳ ସପକ୍ଷରେ ଅହେତୁକ ଅନୁକଂପା ପ୍ରଦର୍ଶନ କରି ବେନିୟମ କାର୍ଯ୍ୟ କରୁଛନ୍ତି । ସଂରକ୍ଷଣ କ୍ଷେତ୍ରରେ ଶାସକ ବିଜେଡି ପ୍ରତି ଅନୁକଂପା ଦେଖାଇ ଚଚଂକତା କରିଛନ୍ତି । ଭୋଟର ତାଲିକାରୁ ବେନିୟମ ଭାବେ ବହୁ ସଂଖ୍ୟାରେ ଭୋଟରଙ୍କୁ ବାଦ୍ ଦିଆଯାଇଛି । ଆରଡି ଗ୍ରାମ ପଂଚାୟତର ଆଶାୟୀ ପ୍ରାର୍ଥୀ ଶ୍ରୀମତୀ ସସ୍ମିତା ପାଢୀ ଓ ଶ୍ରୀ ସମର ପାଢୀଙ୍କ ସମେତ ପାଖାପାଖି ୪୦ରୁ ଉର୍ଦ୍ଧ୍ୱ ଆଶାୟୀ ପ୍ରାର୍ଥୀଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେଇଛନ୍ତି । ସ୍ଥାନୀୟ ତହସିଲଦାର ନିଜ ଅଂଚଳର ଭୋଟରଙ୍କୁ ଭୟଭୀତ କରାଇ ଶାସକ ଦଳ ସପକ୍ଷରେ ଭୋଟ ଦେବାକୁ ବାଧ୍ୟ କରୁଛନ୍ତି । ଉଭୟ ବିଡିଓ ଓ ତହସିଲଦାରଙ୍କ ବିରୋଧରେ ବହୁ ପ୍ରମାଣକୁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ପ୍ରଦାନ କରି ସେମାନଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିନିଧି ଦଳ ଦାବୀ କରିଛି ।
ଏହି ପ୍ରତିନିଧି ଦଳରେ ରବି ଶଂକର ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ, ମୁରଲୀ ମନୋହର ପାତ୍ର, ମଦନ ମୋହନ ସ୍ୱାଇଁ, କଲ୍ୟାଣ ଚାଟାର୍ଜୀ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking