28.1 C
Bhubaneswar
Thursday, March 28, 2024
Homeଓଡିଶାଢିଙ୍କିଆରେ ସୃଷ୍ଟି ହୋଇଥିବା ଆତଙ୍କରାଜ ଶାସକ ବିଜେଡିର ଅନ୍ତଦ୍ୱର୍ନ୍ଦର ପ୍ରତିଫଳନ : ଡ.ବିଭୁ ତରାଇ

ଢିଙ୍କିଆରେ ସୃଷ୍ଟି ହୋଇଥିବା ଆତଙ୍କରାଜ ଶାସକ ବିଜେଡିର ଅନ୍ତଦ୍ୱର୍ନ୍ଦର ପ୍ରତିଫଳନ : ଡ.ବିଭୁ ତରାଇ

# କୃତ୍ରିମ ତଥା ପ୍ରାୟୋଜିତ ପ୍ରତିବନ୍ଧକ ସୃଷ୍ଟି କରି କଂପାନୀଠାରୁ ମୋଟା ଆକାରର ଚାନ୍ଦା ଆଦାୟ କରିବାର ବିଜେଡିର ଏହା ଏକ କୈାଶଳ
# ଡାହାଣି ହୋଇ ଲାଗିବା, ଗୁଣିଆ ହୋଇ ଛଡାଇବା ନୀତିରେ ଶାସକ ବିଜେଡି ପୋଲିସକୁ ବ୍ୟବହାର କରି ଏ ପ୍ରକାରର ଜନମାରଣ ନୀତିକୁ କାର‌୍ୟ୍ୟକାରୀ କରାଇବାର ଅପପ୍ରୟାସ କରୁଛି
# ଢିଙ୍କିଆ ଗ୍ରାମ ଭିତରୁ ଓ ପରିସୀମାରୁ ଡେରା ପକାଇ ଆତଙ୍କ ସୃଷ୍ଟି କରିଥିବା ପୋଲିସକୁ ପ୍ରତ୍ୟାହାର କରାଯାଉ
# ସର୍ବଦୈଳୀୟ ବୈଠକ ଡାକି ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ପଷ୍ଟ ମତ ଲୋଡନ୍ତୁ ଜିଲ୍ଲା ପ୍ରଶାସନ
# ଶାନ୍ତିର୍ପୂ ବାତାବରଣ ସୃଷ୍ଟି ହେବା ପରେ ଶିଳ୍ପ ପ୍ରତିଷ୍ଟା ପାଇଁ ଅନୁକୁଳ ପରିବେଶ ସୃଷ୍ଟି କରାଯାଇ ସ୍ଥାନୀୟବାସିନ୍ଦାଙ୍କ ସହ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସୈାର୍ହ୍ୟା ଓ ଶାନ୍ତିର୍ପୂ ଆଲୋଚନା କରି ସମାଧାନର ବାଟ ବାହାର କରାଯାଉ

ଭୂବନେଶ୍ୱର,  : ଭାରତବର୍ଷରେ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ । ପୂର୍ବୋଦୟରୁ ଭାରତବର୍ଷର ଉଦୟ ଏବଂ ରାଷ୍ଟ୍ରରର ଅର୍ଥନୈତିକ ବିକାଶ ପାଇଁ ମୋଦି ସରକାର କାର‌୍ୟ୍ୟରତ । ପ୍ରାକୃତିକ ଖଣିଜ ସଂପଦରେ ଭରପୁର ଓଡିଶା ରାଜ୍ୟ ଏଥି ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ । ଏଥି ପାଇଁ ମୋଦି ସରକାର ଓଡିଶାକୁ ସର୍ବଦା ପ୍ରାଧାନ୍ୟ ଦେଇଆସୁଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ତୃଟିର୍ପୂ ଶିଳ୍ପାୟନ ନୀତି କାରଣରୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ସମ୍ଭବ ହେଉନାହିଁ ବରଂ ବୃହତ ଶିଳ୍ପାନୁଷ୍ଠାନଗୁଡିକ ଓଡିଶାରୁ ଦୁରେଇ ଯାଉଛନ୍ତି । ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଅନୁକୁଳ ବାତାବରଣ ସୃଷ୍ଟି କରିବା ପରିବର୍ତେ ସ୍ଥାନୀୟବାସିନ୍ଦାଙ୍କ ଉପରେ ଅତ୍ୟାଚାର ଓ ବଳ ପ୍ରୟୋଗ କରି ଅଯଥାରେ ଅଶାନ୍ତର ବାତାବରଣ ସୃଷ୍ଟି କରିବା ସହିତ ପ୍ରତିବନ୍ଧକ ସାଜୁଛନ୍ତି । ପୋଲିସ ଓ ପ୍ରଶାସନର ଅତ୍ୟାଚାର ଜରିଆରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ଗଣତାନ୍ତ୍ରୀକ ବ୍ୟବସ୍ଥାରେ ଆଦୈା ସମ୍ଭବ ନୁହେଁ ବୋଲି ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ସ୍ଥାନୀୟ ଲୋକସଭା ସାଂସଦ ପ୍ରାର୍ଥୀ ଡ. ବିଭୁପ୍ରସାଦ ତରାଇ କହିଛନ୍ତି ।
ରାଜ୍ୟ କାର‌୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତରାଇ କହିଛନ୍ତି ଯେ, ରାଜ୍ୟରେ ଶିଳ୍ପାୟନ ସପକ୍ଷରେ ବିଜେପି । ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବା ସ୍ଥାନରେ ସର୍ବପ୍ରଥମେ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବା ନିହାତି ଉଚିତ୍ । ଗତ ୧୪ ତାରିଖରେ ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣକୁ ନେଇ ବିବାଦ ଘେରରେ ଥିବା ଢିଙ୍କିଆ ଗ୍ରାମରେ ପୋଲିସ ବର୍ବରୋଚିତ ଲାଠି ଚାର୍ଜରେ ୫୦୦ରୁ ଉର୍ଦ୍ଧ୍ୱ ମହିଳା, ଶିଶୁ ଓ ବୟସ୍କ ଲୋକମାନେ ଆହତ ହେବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । ଆନ୍ଦୋଳନରତ ଢିଙ୍କିଆ ଗ୍ରାମବାସୀଙ୍କ ସହିତ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଅଧିକାରୀମାନେ ଆଲୋଚନା କରି ଶାନ୍ତିର୍ପୂ ସମାଧାନ କରିବା ନିହାତି ଆବଶ୍ୟକ । ମାତ୍ର ଢିଙ୍କିଆରେ ସୃଷ୍ଟି ହୋଇଥିବା ଆତଙ୍କରାଜ ଶାସକ ବିଜେଡିର ଅନ୍ତଦ୍ୱର୍ନ୍ଦର ପ୍ରତିଫଳନ ଏବଂ କୃତ୍ରିମ ତଥା ପ୍ରାୟୋଜିତ ପ୍ରତିବନ୍ଧକ ସୃଷ୍ଟି କରି କଂପାନୀଠାରୁ ମୋଟା ଆକାରର ଚାନ୍ଦା ଆଦାୟ କରିବାର ବିଜେଡିର ଏହା ଏକ କୈାଶଳ । ଡାହାଣି ହୋଇ ଲାଗିବା, ଗୁଣିଆ ହୋଇ ଛଡାଇବା ନୀତିରେ ଶାସକ ବିଜେଡି ପୋଲିସକୁ ବ୍ୟବହାର କରି ଏ ପ୍ରକାରର ଜନମାରଣ ନୀତିକୁ କାର‌୍ୟ୍ୟକାରୀ କରାଇବାର ଅପପ୍ରୟାସ କରୁଛି ବୋଲି ଡ. ତରାଇ ଅଭିଯୋଗ କରିଛନ୍ତି ।
ସର୍ବପ୍ରଥମେ ଢିଙ୍କିଆ ଗ୍ରାମ ଭିତରୁ ଓ ପରିସୀମାରୁ ଡେରା ପକାଇ ଆତଙ୍କ ସୃଷ୍ଟି କରିଥିବା ପୋଲିସକୁ ପ୍ରତ୍ୟାହାର କରାଯାଉ । ଜିଲ୍ଲା ପ୍ରଶାସନ ସର୍ବଦୈଳୀୟ ବୈଠକ ଡାକି ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ପଷ୍ଟ ମତ ଲୋଡନ୍ତୁ । ଶାନ୍ତିର୍ପୂ ବାତାବରଣ ସୃଷ୍ଟି ହେବା ପରେ ଶିଳ୍ପ ପ୍ରତିଷ୍ଟା ପାଇଁ ଅନୁକୁଳ ପରିବେଶ ସୃଷ୍ଟି କରାଯାଇ ସ୍ଥାନୀୟବାସିନ୍ଦାଙ୍କ ସହ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସୈାହ୍ୟା ଓ ଶାନ୍ତିର୍ପୂ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଡ.ତରାଇ ଦାବୀ କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ର୍ନିେଶକ୍ରମେ ଡ.ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଢିଙ୍କିଆ ଗ୍ରାମକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ବିସ୍ତୃତ ଆଲୋଚନା କରିବା ସହିତ ବାସ୍ତବ ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ । ଏ ସଂପର୍କରେ ସେ ରାଜ୍ୟ ସଭାପତିଙ୍କୁ ଅବଗତ କରାଇଛନ୍ତି ବୋଲି ଡ.ତରାଇ ସୁଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସ୍ଥାନୀୟ ବିଜେପି ନେତା ସଂଜୟ ମହାନ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking