36.1 C
Bhubaneswar
Monday, May 6, 2024
Homeଓଡିଶାନୂଆଁଖାଇରେ ଦର୍ଶନ ଦେବେ ମା’ ସମଲେଶ୍ୱରୀ

ନୂଆଁଖାଇରେ ଦର୍ଶନ ଦେବେ ମା’ ସମଲେଶ୍ୱରୀ

ସମ୍ବଲପୁର : ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ନୂଆଁଖାଇରେ ଦର୍ଶନ ଦେବେ ମା’ ସମଲେଶ୍ୱରୀ । ଶ୍ରଦ୍ଧାଳୁଙ୍କ ପାଇଁ ୧୨ଟା ୩୦ ମିନିଟରୁ ୫ଟା ୩୦ ମିନିଟ ଯାଏଁ ମା’ ସମଲେଶ୍ୱରୀ ମନ୍ଦିର ଖୋଲା ରହିବ । ଟ୍ରଷ୍ଟ ବୋର୍ଡ ଓ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାର ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ଅନୁସାରେ ମନ୍ଦିର ଖୋଲିବ । ସମସ୍ତ ଶ୍ରଦ୍ଧାଳୁ କୋଭିଡ କଟକଣା ମାନି ମାଙ୍କୁ ଦର୍ଶନ କରିବେ । ମନ୍ଦିରକୁ କୌଣସି ପ୍ରକାର ପୂଜା ସାମଗ୍ରୀ ନେଇପାରିବେନି ଶ୍ରଦ୍ଧାଳୁ । ସେହିପରି ମନ୍ଦିର ଭିତରେ ଭିଡ ନ ହେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ନୂଆଁଖାଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ମା’ଙ୍କ ମନ୍ଦିର ବନ୍ଦ ରହିଥିଲା । ହେଲେ ନୂଆଁ ଖାଇବା ପରେ ସମଲେଶ୍ୱରୀଙ୍କୁ ଦର୍ଶନ କରିବାର ପରମ୍ପରା ରହିଛି । ତେଣୁ ଏଥର ନୂଆଁଖାଇରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିବ ବି ନାହିଁ ସେନେଇ ଦ୍ୱନ୍ଦ ରହିଥିଲା । ଶେଷରେ ଆଜି ବୈଠକରେ ନୂଆଁଖାଇରେ ମନ୍ଦିର ଖୋଲିବା ନେଇ ସ୍ଥିର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking