40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକମିଲା ସୁନା ଓ ରୂପା ଦର

କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଖୁସି ଖବର । କମିଲା ସୁନା ଓ ରୂପା ଦର । ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଆଜି ସୁନା ୧୩୦ ଟଙ୍କା ଅର୍ଥାତ୍‌ ୦.୨୮% ହ୍ରାସ ଘଟି ପ୍ରତି ୧୦ ଗ୍ରାମକୁ ୪୬,୯୦୮ ଟଙ୍କାରେ କାରବାର ଚାଲିଛି। ସେହିପରି ରୂପା ୨୫୭ ଟଙ୍କା ଅର୍ଥାତ୍‌ ୦.୪୦% ହ୍ରାସ ଘଟି ପ୍ରତି କିଲୋକୁ ୬୩,୯୨୬ ଟଙ୍କା ରହିଛି । ଆଜି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର କମି ଥିବା ଦେଖିବାକୁ ମିଳିଛି ।

ଗତବର୍ଷ ଅଗଷ୍ଟରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୬,୨୦୦ ଟଙ୍କା ଉଚ୍ଚତମ ସ୍ତରରେ ପହଞ୍ଚି ଥିଲା। ବର୍ତ୍ତମାନ ସୁନା ଦର ଏମସିଏକ୍ସରେ ପ୍ରତି ୧୦ ଗ୍ରାମକୁ ୧୩୦ ଟଙ୍କା ଶସ୍ତା ହୋଇଛି। ଅର୍ଥାତ୍‌ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡରୁ ୯,୩୦୦ ଟଙ୍କା ଶସ୍ତା ହୋଇଛି। ଏହି ଆଧାରରେ ଯଦି ଏବେ ସୁନାରେ ନିବେଶ କରନ୍ତି, ତା’ହେଲେ ଲାଭ ମିଳିପାରେ ବୋଲି ଏକ୍ସପର୍ଟମାନେ କହିଛନ୍ତି। ତେବେ ଚଳିତ ବର୍ଷ ସୁନା ଦର ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଆକଳନ କରିଛନ୍ତି। ସୂଚନା ଯେ, ଗୁଡ଼ ରିଟର୍ନସର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୦୦୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୩,୯୦୦ ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୭,୧୨୦ ଟଙ୍କା ଥିବାବେଳେ ରୂପା ପ୍ରତି କିଲୋକୁ ୬୪,୮୦୦ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୫,୮୯୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୮,୦୯୦ ଟଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking