28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶରାଜ୍ୟସଭାର ୭ଟି ଏବଂ ବିହାର ବିଧାନ ପରିଷଦର ଗୋଟିଏ ଆସନ ନିମନ୍ତେ ଅକ୍ଟୋବର ୪ରେ ଉପନିର୍ବାଚନ

ରାଜ୍ୟସଭାର ୭ଟି ଏବଂ ବିହାର ବିଧାନ ପରିଷଦର ଗୋଟିଏ ଆସନ ନିମନ୍ତେ ଅକ୍ଟୋବର ୪ରେ ଉପନିର୍ବାଚନ

ନୂଆଦିଲ୍ଲୀ : ରାଜ୍ୟସଭାର ୭ଟି ଏବଂ ବିହାର ବିଧାନ ପରିଷଦରେ ଗୋଟିଏ ଖାଲି ପଡ଼ିଥିବା ଆସନ ପାଇଁ ଆସନ୍ତା ଅକ୍ଟୋବର ୪ରେ ଉପନିର୍ବାଚନ କରାଯିବ । ଏନେଇ ଗୁରୁବାର ନିର୍ବାଚନ କମିଶନ ଘୋଷଣା କରିଛନ୍ତି । କହିରଖୁଛୁ , ଆସନ୍ତା ଅକ୍ଟୋବର ୪ ତାରିଖରେ ତାମିଲନାଡୁର ୨ଟି, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ, ପୁଡ୍ଡୁଚେରୀ ଏବଂ ମହାରାଷ୍ଟ୍ରର ଗୋଟିଏ ଲେଖାଁ ଆସନ ନିମନ୍ତେ ନିର୍ବାଚନ ହେବ। ପଶ୍ଚିମବଙ୍ଗ, ଆସାମ, ତାମିଲିନାଡୁ ଏବଂ ମଧ୍ୟପ୍ରଦେଶରୁ ସଦସ୍ୟମାନେ ଇସ୍ତଫା ଦେବାରୁ ୬ଟି ରାଜ୍ୟସଭା ଆସନରୁ ୫ଟି ଆସନ ଖାଲି ହୋଇଯାଇଥିଲା। ମହାରାଷ୍ଟ୍ରରୁ ରାଜ୍ୟସଭା ସଦସ୍ୟ ହୋଇଥିବା ରାଜୀବ ଶଙ୍କରରାଓ ସାତାୱଙ୍କ ଦୁଃଖଦ ବିୟୋଗ ଯୋଗୁଁ ୬ଷ୍ଠ ଆସନଟି ଖାଲି ହୋଇଯାଇଥିଲା। ସେହିପରି, ଅକ୍ଟୋବର ୪ ତାରିଖ ଦିନ ପୁଡ୍ଡୁଚେରୀର ୧ଟି ରାଜ୍ୟସଭା ଆସନ ନିମନ୍ତେ ଦ୍ୱିବାର୍ଷିକ ନିର୍ବାଚନ କରାଯିବ। ବିହାର ବିଧାନ ପରିଷଦ୍‌ରେ ଖାଲି ଥିବା ଗୋଟିଏ ଆସନ ପାଇଁ ମଧ୍ୟ ସେହି ଦିନ ନିର୍ବାଚନ କରାଯିବ। ଉପରୋକ୍ତ ସମସ୍ତ ନିର୍ବାଚନର ଫଳାଫଳ ଅକ୍ଟୋବର ୪ ତାରିଖ ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking