28.1 C
Bhubaneswar
Saturday, April 27, 2024
Homeଓଡିଶାକଟକର ଅଧୀଷ୍ଠାତ୍ରୀ ଦେବୀ “ମା’ କଟକ ଚଣ୍ଡୀ”

କଟକର ଅଧୀଷ୍ଠାତ୍ରୀ ଦେବୀ “ମା’ କଟକ ଚଣ୍ଡୀ”

କଟକ : କଟକର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ କଟକ ଚଣ୍ଡୀ । ତାଙ୍କୁ ନେଇ କଟକ ସହର ପରିଚିତ । ଏହି ସହରର ଶେଖ ବଜାରରେ ରହିଛି ମା’ଙ୍କର ଏହି ମନ୍ଦିର । ମା’ଙ୍କ ମନ୍ଦିର ନିର୍ମାଣ ପଛର କିମ୍ବଦନ୍ତୀ ଓ ମା’ କିପରି ଅର୍ବିଭାବ ହୋଇଥିଲେ ଏହାକୁ ନେଇ ବିଭିନ୍ନ କାହାଣୀ ଶୁଣିବାକୁ ମିଳେ।

କିଏ କୁହନ୍ତି ମରହଟ୍ଟା ଶାସନ କାଳରେ ମା’ ବାରବାଟୀ ଦୁର୍ଗ ମଧ୍ୟରେ ପୂଜା ପାଉଥିଲେ । ଶୋଡୋଶ ଶତାବ୍ଦୀରେ କଳାପାହାଡର ଆକ୍ରମଣ ବେଳେ ମା’ ନିଜ ସ୍ଥାନରୁ ହଟି ଦୁର୍ଗର ଦକ୍ଷିଣ ପାଶ୍ୱର୍ରେ ରହିଥିଲେ । କିଛି ସ୍ଥାନୀୟ ଲୋକ କୁହନ୍ତି ବହୁ ବର୍ଷ ପୂର୍ବେ ବାରବାଟୀ ଦୁର୍ଗର ଜଙ୍ଗଲ ଅଞ୍ଚଳକୁ ଗାଈ ଚରାଇବାକୁ ଯାଉଥିଲେ ଶେଖ ବଜାର ଅଞ୍ଚଳର ଗଉଡ଼ ପୁଅ ମାନେ । ଦିନେ ଜଣେ ଗଉଡ଼ ଦୁର୍ଗ ଉପରେ ବସିଥିବା ବେଳେ ତାଙ୍କ ଶରୀରରେ ଏକ ଅପୁର୍ବ ଶୀହରଣ ଖେଳି ଯାଇଥିଲା । ସେଦିନ ରାତିରେ ଗଉଡ଼ ପୁଅକୁ ମା’ ସ୍ୱପ୍ନରେ କହିଥିଲେ ସେହି ଦୁର୍ଗର ପଥର ତଳେ ମା’ ରହିଛନ୍ତି । ସେ ଭକ୍ତ ଜଣକ ମନ୍ଦିର ପୂଜକକୁ ଜଣାଇଥିଲେ ଓ ପୂଜକ ଜଣକ ରାଜାଙ୍କୁ ଜଣାଇ ଥିଲେ । ସେତେବେଳର କନିକା ରାଜା ସେହି ଦୁର୍ଗରସ୍ଥାନ ଖୋଳାଇବାରୁ ମା’ ଙ୍କ ମୁର୍ତ୍ତି ବାହାରିଥିଲା । ସେଠୁ ମା’ ଗଉଡ଼ ମାନଙ୍କ ମୁଣ୍ଟରେ ବସି ଆସିଥିଲେ । ଆସୁଥିବା ସମୟରେ ମା’ଏବେକାର ଚଣ୍ଡୀ ଛକ ନିକଟରେ ଅଟକି ଯାଇଥିଲେ । ସେଠାରୁ ମା’ ଙ୍କୁ ନେବାକୁ ଆଉ ସମ୍ଭବପର ହୋଇପାରିନଥିଲା । ତେଣୁ ସେହି ଛକ ନିକଟରେ ଥିବା ବଉଳ ଗଛ ମୁଳରେ ମା’ଙ୍କ ମୁର୍ତ୍ତି ସ୍ଥାପନ ହେଲା ।

ସେହିକାଳରୁ ମା’ ଏହି ସ୍ଥାନରେ ପୂଜା ପାଇ ଆସୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ମା’ ଙ୍କୁ ଦୁର୍ଗରୁ ଖୋଳାଯାଇ ବାହାର କରିବା ପୁର୍ବରୁ ସେହି ସ୍ଥାନରୁ ପ୍ରାୟ ୪୨ ବସ୍ତା ନାଲି ସିନ୍ଦୁର ବାହାରିଥିଲା । ଏହି ମନ୍ଦିରକୁ ପ୍ରତ୍ୟେକ ଦିନ ଅନେକ ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଦୁର୍ଗାପୂଜା ସମୟରେ ମା’ ଙ୍କ ଷୋହଳ ଦିନାତ୍ମକ ପୂଜା ଓ ଶୋଡ଼ଶ ବେଶ ଏହି ମନ୍ଦିରର ଏକ ବିଶେଷତା ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking