38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସିନେ ନିର୍ଦ୍ଦେଶକ ଶାରଦା ନାୟକଙ୍କ ପରଲୋକ

ସିନେ ନିର୍ଦ୍ଦେଶକ ଶାରଦା ନାୟକଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଗୀତିକାର ଶାରଦା ପ୍ରସନ୍ନ ନାୟକଙ୍କ ଆଜି ପରଲୋକ ଘଟିଛି । ୯୪ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ପରଲୋକ ନେଇ ସ୍ପଷ୍ଟ କରିଛନ୍ତି ଶାରଦାଙ୍କ ସାନ ଭାଇ ସଂଗୀତଜ୍ଞ ସ୍ୱରୂପ ନାୟକ । ତେବେ ଅନେକ ଫିଲ୍ମର ନିର୍ଦ୍ଦେଶନା, ସଂଳାପ ଦେଇଥିଲେ ଶାରଦା ପ୍ରସନ୍ନ । ତାଙ୍କର ସଫଳ ଫିଲ୍ମ ମଧ୍ୟରେ ରହିଛି ଲକ୍ଷ୍‌ମୀ, କା, ସ୍ତ୍ରୀ, ସଂସାର । ଏହାଛଡା ଶାରଦାଙ୍କ ନିର୍ଦ୍ଦେଶିତ ‘ଲକ୍ଷ୍‌ମୀ’ ଚଳଚ୍ଚିତ୍ର ରାଷ୍ଟ୍ରପତି ପୁରସ୍କାର ପାଇଥିଲା । ୨୦୧୩ରେ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଶାରଦା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking