27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକଟକ-ଭୁବନେଶ୍ୱରରେ ଅଧିକ ଆଇସିୟୁ

କଟକ-ଭୁବନେଶ୍ୱରରେ ଅଧିକ ଆଇସିୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା, କଟକ ଜିଲ୍ଲାରେ ସଂକ୍ରମିତ ବଢୁଥିବାରୁ ଭିତ୍ତିଭୂମି ଅଧିକ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କଟକ-ଭୁବନେଶ୍ୱରରେ ଗୁରୁତର ରୋଗୀଙ୍କ ପାଇଁ ଅଧିକ ଆଇସିୟୁ ବ୍ୟବସ୍ଥା ହେବ । ଉକ୍ତ ଦୁଇ ସହରରେ ଅଧିକ ଆମ୍ବୁଲାନ୍ସ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଛୋଟ ଓ ଉଠା ଦୋକାନୀ ନିୟମ ମାନୁନଥିବାରୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ପୋଲିସ, ସ୍ୱାସ୍ଥ୍ୟ ଓ ପୌର ସଂସ୍ଥା ସମନ୍ୱୟ ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଲୋକଙ୍କ ପାଇଁ ସଂକ୍ରମଣ ବ୍ୟାପୁଥିବାରୁ ବରଦାସ୍ତ କରାଯିବନି । ବ୍ରହ୍ମପୁର ମଡେଲ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । କଟକ, ଭୁବନେଶ୍ୱର ସହ ଯାଜପୁର, ଖୋର୍ଦ୍ଧା, କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking