29.1 C
Bhubaneswar
Saturday, April 27, 2024
Homeଓଡିଶାପୁଣି ଆସୁଛି ଆଉ ଏକ ଲଘୁଚାପ, ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ପୁଣି ଆସୁଛି ଆଉ ଏକ ଲଘୁଚାପ, ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଆସୁଛି ଏକ  ଲଘୁଚାପ ।ଏହା ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିବ। ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୫ଜିଲ୍ଲାଗୁଡ଼ିକ ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ । ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ଏହାସହ ରାଜ୍ୟରେ ଆଜିଠାରୁ ୨୭ ତାରିଖ ଯାଏଁ ପ୍ରବଳ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଆଜି ମଧ୍ୟ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୮ଜିଲ୍ଲା ଗୁଡ଼ିକ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, ମୟୁରଭଞ୍ଜ , କେନ୍ଦ୍ରାପଡ଼ା, ଜଗତସିଂହପୁର । ଆସନ୍ତାକାଲି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ମୟୁରଭଞ୍ଜ, ଢ଼େଙ୍କାନାଳ, କେନ୍ଦୁଝର, କନ୍ଧମାଳ, ବୌଦ୍ଧରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିାପଗ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking