26.1 C
Bhubaneswar
Wednesday, May 8, 2024
Homeଅପରାଧପ୍ରେମିକା ସାଥିରେ ପ୍ରେମିକ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲା, ଶେଷରେ କ’ଣ ହେଲା ପୁରା ଘଟଣା...

ପ୍ରେମିକା ସାଥିରେ ପ୍ରେମିକ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲା, ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ବାରଣାସୀ : ଆଜି କାଲି ପ୍ରେମର ମାନେ ଦେହର ସମ୍ପର୍କ ଭାବି ନେଇଛନ୍ତି ଅନେକ ପ୍ରେମୀ ଯୁଗଳ । ଏହି କ୍ଷଣିକ ସୁଖ ପାଇଁ ଭଲ ପାଇବାର ନାଟକ କରିଥାନ୍ତି ଅନେକ ଯୁବକ । ମାତ୍ର ସମସ୍ତ ଯୁବତୀଙ୍କୁ ଏଭଳି ସମ୍ପର୍କ ଭଲ ଲାଗି ନଥାଏ । ଏଣୁ ସେମାନେ ପ୍ରେମିକଙ୍କ ଉପରେ ରାଗି ଯାଇଥାନ୍ତି । ତେବେ ଏକ ଘଟଣା ଘଟିଛି ଗୁଜୁରାଟର ବାରଣାସୀ ସହରରେ । ପ୍ରେମିକ ଶାରିରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ପ୍ରେମିକା ରାଗି ଯାଇ ପ୍ରେମିକକୁ ହତ୍ୟା କରିଥିବା ଅଭିଯୋଗ ଆସିଛି । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିଛି । ମୃତକ ଜଣକ ହେଲେ ଶୀବମ । ପୋଲିସ ରିପୋର୍ଟ ଅନୁଯାୟୀ ଶବମର ଜଣେ ଯୁବତୀଙ୍କ ସହ ରଙ୍ଗ ନମ୍ବରରୁ ପ୍ରେମ ହୋଇ ଯାଇଥିଲା ।

ଯୁବତୀଙ୍କୁ ବିବାହ କରିବାକୁ କହି ବହୁତ ଥର ଶାରିରିକ ସମ୍ପର୍କ ରଖିଥିଲା ଶୀବମ । ତେବେ ଶାରିରିକ ସମ୍ପର୍କ ରଖୁଥିବା ସମୟରେ ଭିଡିଓ ଉଠାଇ ମୋବାଇଲରେ ରଖିଥିଲା ଶୀବମ । ପରବର୍ତ୍ତୀ ସମୟରେ ବାହା ନହେବା ପାଇଁ ଯୁବତୀଙ୍କୁ କହିଥିଲା । ତେବେ ଯୁବତୀ ଶୀବମ ଉପରେ ରାଗିକି ରହିଥିଲା । ମାତ୍ର ଶୀବମର ଯେତେ ବେଳେ ଦେହର ସାଥୀ ଦରକାର ହେଉଥିଲା ସେ ଯୁବତୀର ଭିଡିଓ ଭାଇରାଲ କରାଇ ଦେବାର ଭୟ ଦେଖାଇ ବାରମ୍ବାର ସମ୍ପର୍କ ରଖୁଥିଲା । ମାତ୍ର ଯୁବତୀ ଜଣକ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା । ଯୁବତୀଙ୍କ ଘରେ କେହି ନଥିବା ଜାଣିବା ପରେ ଶୀବମ ତାଙ୍କ ଘରକୁ ଯାଇଥିଲା । ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ଘରେ ପଡିଥିବା ରଡରେ ଶୀବମକୁ ମାରଥିଲା । ପାଟି ଶୁଭିବା ପରେ ପଡୋଶୀ ଆସି ଦେଖିବା ବେଳକୁ ସବୁ ସରିଯାଇଥିଲା । ଚାଲି ଯାଇଥିଲା ଜୀବନ । ପୋଲିସକୁ ଖବର ଦେବା ପରେ ପୋଲିସ ମୃତ ଦେହକୁ ଉଦ୍ଧାର କରିବା ସହ ଯୁବତୀଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking