26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏଣିକି ଫୋନ୍‌ ପେ’ରେ ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଟଙ୍କା

ଏଣିକି ଫୋନ୍‌ ପେ’ରେ ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଟଙ୍କା

ନୂଆଦିଲ୍ଲୀ : ଫୋନ୍‌ ପେ’ ବ୍ୟବହାର କାରୀଙ୍କ ପାଇଁ ବଡ଼ ଖବର। ଏଣିକି ଘରେ ବସି ସହଜରେ କରିହେବ ନାହିଁ ରିଚାର୍ଜ। କାରଣ ଏବେ ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଟଙ୍କା। ମୋଟ୍‌ ଉପରେ ଫୋନ୍‌ ପେ’ ବ୍ୟବସାୟୀଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍‌କା। ସୂଚନା ଅନୁଯାୟୀ, ଅନଲାଇନ୍ ପେମେଣ୍ଟ ଆପ୍ଲିକେସନ ଫୋନପେ ଦେଶର ପ୍ରଥମ ଏମିତି ଆପ୍ ପାଲଟି ଯାଇଛି ଯେଉଁଥିରେ ୟୁପିଆଇ ବେଷ୍ଟ୍ ଟ୍ରାଞ୍ଜାକ୍ସନ ପାଇଁ ଫିସ୍ ନେବା ଆରମ୍ଭ କରିଦେଇଛି । ଯଦି ଆପଣ ୫୦ ଟଙ୍କାରୁ ଅଧିକ ଟଙ୍କା ରିଚାର୍ଜ କରନ୍ତି ତେବେ ଟ୍ରାଞ୍ଜାକ୍ସନର ପ୍ରସୋସିଂ ଫିସ୍ ପଡ଼ିବ। ଅର୍ଥାତ୍‌ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ ୟୁପିଆଇ ରିଚାର୍ଜରେ ବି ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଯାହାକୁ ନେଇ ଚିନ୍ତାରେ ଏବେ ଗ୍ରାହକମାନେ।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ କହୁଛନ୍ତି ଡିଜିଟାଲରେ କାରବାର କର ଓ ଅନ୍ୟପଟେ ଡିଜିଟାଲ ପେମେଣ୍ଟର ଦର ବଢାଇବାରେ ଲାଗିଛନ୍ତି ।
ଯଦି ଆପଣ ଫୋନ୍‌ ପେ’ ବ୍ୟବହାର କରୁଛନ୍ତି ଅର୍ଥାତ୍‌ ଫୋନ୍‌ ପେ’ରେ ରିଚାର୍ଜ କରୁଛନ୍ତି ତେବେ ଜାଣିରଖନ୍ତୁ ଆପଣ ଯଦି ୫୦ ଟଙ୍କାରୁ କମ୍‌ ଟଙ୍କା ଫୋନ୍‌ରେ ରିଚାର୍ଜ କରୁଛନ୍ତି ତେବେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। କିନ୍ତୁ ୫୦ ଟଙ୍କାରୁ ଅଧିକ ଏବଂ ୧୦୦ ଟଙ୍କାରୁ କମ୍‌ ରିଚାର୍ଜ କଲେ ଆପଣଙ୍କୁ ୧ ଟଙ୍କା ଏବଂ ୧୦୦ ଟଙ୍କାରୁ ଅଧିକ ଟଙ୍କାର ରିଚାର୍ଜ କଲେ ଆପଣଙ୍କୁ ୨ ଟଙ୍କା ଦେୟ ଦେବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking