27.1 C
Bhubaneswar
Wednesday, May 8, 2024
Homeଓଡିଶାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଲା, ଶିବ ପଞ୍ଚାକ୍ଷରୀରେ କମ୍ପିଲା ଏକାମ୍ର କ୍ଷେତ୍ର

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଲା, ଶିବ ପଞ୍ଚାକ୍ଷରୀରେ କମ୍ପିଲା ଏକାମ୍ର କ୍ଷେତ୍ର

ଭୁବନେଶ୍ୱର: ଫାଲଗୁନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଅବସରରେ ସମଗ୍ର ରାଜ୍ୟ ସମେତ ଆଜି ଦିନ ତମାମ ଏକାମ୍ର କ୍ଷେତ୍ରରେ ଶିବଧ୍ୱନୀ ଶୁଭିଛି । ଶ୍ରଦ୍ଧାଳୁମାନେ ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଦିନସାରା ଉପାସ ରହି ରାତିରେ ମହାଦୀପ ଉଠିବା ପରେ ବ୍ରତ ଭଙ୍ଗ କରିଛନ୍ତି । ରାତି ୧୦ଟା ୨୧ ମିନିଟ୍ ସମୟରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି । ନିର୍ଦ୍ଧାରିତ ସମୟର ପ୍ରାୟ ୨୧ ମିନିଟ୍ ପରେ ମହାଦୀପ ଉଠିଛି । ଦୀପ ଉଠିବା ସମୟରେ ସମବେତ ଭକ୍ତ ଓ ସେବାୟତଙ୍କ ‘ହର ହର ମହାଦେବ’ ଧ୍ୱନିରେ କମ୍ପି ଉଠିଥିଲା । ସୂଚନାଯୋଗ୍ୟ, ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠାଇବା ନେଇ ଗତ ଫେବ୍ରୁଆରି ୨୩ ତାରିଖରେ ସମନ୍ୱୟ କମିଟିର ବେ?ଠକ ବସିଥିଲା । ବେ?ଠକ ପରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇ କହିଥିଲେ ଯେ, ମାର୍ଚ୍ଚ ୧ ତାରିଖରେ ପଡ଼ୁଥିବା ମହାଶିବରାତ୍ରି ପାଇଁ ନୀତିନିଘଣ୍ଟ ଚୂଡ଼ାନ୍ତ ହୋଇଛି । ରାତି ୧୦ଟାରେ ମହାଦୀପ ଉଠିବ । ଭକ୍ତମାନେ ମନ୍ଦିର ଭିତରେ କୋଭିଡ୍ କଟକଣା ମଧ୍ୟରେ ଦୀପ ଜାଳିପାରିବେ । ଆଜି ଦିନ ତମାମ ଏକାମ୍ର କ୍ଷେତ୍ର ଶିବ ପଞ୍ଚାକ୍ଷରୀରେ ପ୍ରକମ୍ପିତ ହେଇଛି । ପଞ୍ଚାକ୍ଷର ଧ୍ୱନିରେ ଗଗନ ପବନ କମ୍ପିଉଠିଛି । ପବିତ୍ର ଜାଗରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଏକାମ୍ର କ୍ଷେତ୍ରକୁ ଛୁଟିଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ଭକ୍ତି ଓ ଆବେଗରେ କିଏ ଦୀପଟିଏ ଜାଳି ଦେଇ ଗୁହାରି ବାଣ୍ଟୁଥିଲା ତ ଆଉ କିଏ ଲମ୍ବା ଧାଡ଼ିରେ ପ୍ରଭୁଙ୍କ ଦର୍ଶନ ପାଇଁ ଛିଡ଼ା ହୋଇ ଧେ?ର୍ଯ୍ୟର ପରୀକ୍ଷା ଦେଉଥିଲା । ଖରାକୁ ଖାତିର ନଥିଲା କି ଉପବାସର ଯନ୍ତ୍ରଣା ବାଧୁ ନଥିଲା । ଭୋ?ର୍ ୩ଟାରୁ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ରାତି ବଢ଼ିବା ସହ ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବି ଲାଗି ରହିଥିଲା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଖି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚୂଡ଼ାରେ ଲାଖି ରହିଥିଲା । ଗତ ବର୍ଷ ୯ଟା ୩୩ରେ ମହାଦୀପ ଉଠିଥିଲା । ମହାଦୀପ ଉଠିବା କ୍ଷଣି ହରହର ମହାଦେବ ଧ୍ୱନି ଓ ହୁଳହୁଳିରେ ଉଛୁଳିଥିଲା ଏକାମ୍ର କ୍ଷେତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking