31.1 C
Bhubaneswar
Sunday, May 19, 2024
Homeଅପରାଧରେଳଧାରଣାରୁ ମିଳିଲା ଟ୍ରକ ମାଲିକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରେଳଧାରଣାରୁ ମିଳିଲା ଟ୍ରକ ମାଲିକଙ୍କ ମୃତଦେହ: ହତ୍ୟା ସନ୍ଦେହ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ତୋଟାଗାଁର ଟ୍ରକ ମାଲିକ ଜିତେନ୍ଦ୍ର ଦଳେଇଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ ଉପୁଜିଛି । ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ଟ୍ରେନ ଲାଇନରେ ଫିଙ୍ଗି ଦେଇଛନ୍ତି । ରେଳଧାରଣାରୁ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ଜିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ତୋଟାଗାଁର ଯୋଗୀ ଦଳେଇଙ୍କ ପୁଅ ଟ୍ରକ ମାଲିକ ଜିତେନ୍ଦ୍ର ଦଳେଇ ବ୍ରହ୍ମପୁରରୁ ବାଇକ ଯୋଗେ ନିଜ ଗ୍ରାମ ତୋଟାଗାଁକୁ ଫେରୁଥିବା ବେଳେ ଡିମିରିଆ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ମାରିବାକୁ ଗୋଡ଼ାଇ ଥିଲେ । ତାଙ୍କୁ ରକ୍ଷା କରିବାକୁ ସେ ନିଜର ପରିଚିତ ଲୋକଙ୍କୁ ମୋବାଇଲରେ ମେସେଜ ପଠାଇଥିଲେ । ଖବର ପାଇ ତୁରନ୍ତ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଏସଆଇ ଅମ୍ବିକା ବେଣିଆ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ବହୁ ଖୋଜାଖୋଜି ପରେ ସମଲ ନିକଟସ୍ଥ ରେଳ ଲାଇନରୁ ଜିତେନ୍ଦ୍ରଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ସମ୍ଭବତଃ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ଟ୍ରେନ ଲାଇନରେ ଫିଙ୍ଗି ଦେଇଛନ୍ତି । ପରେ ତାଙ୍କ ଉପରେ ଟ୍ରେନ ମାଡିଯାଇଛି ବୋଲି ପୋଲିସ ସନ୍ଦେହ କରୁଛି । କିଛି ଦୂରରେ ତାଙ୍କ ବାଇକଟି ପଡ଼ିଛି । ପୋଲିସ ବାଇକକୁ ଜବତ କରିଛି । ଆଜି ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking