25.1 C
Bhubaneswar
Thursday, May 9, 2024
Homeଅପରାଧଲୁଟେରାଙ୍କ ଡିଜିଟାଲ ଷ୍ଟାଇଲରେ ଲୁଟ

ଲୁଟେରାଙ୍କ ଡିଜିଟାଲ ଷ୍ଟାଇଲରେ ଲୁଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକମାନେ ସବୁ କାମ ମୋବାଇଲରେ କରୁଛନ୍ତି । ସେହିପରି ଫୋନ-ପେ ଓ ଗୁଗଲ-ପେ ଭଳି ପେମେଣ୍ଟ ଆପ ଦ୍ୱାରା ଲୋକମାନେ ନିଜର ଆବଶ୍ୟକୀୟ ଜିନିଷ କିଣି ପାରୁଛନ୍ତି । ପାନ ଦେକାନଠୁ ଆରମ୍ଭ କରି ବଡ଼ ବଡ଼ ମଲ୍ ପର୍ଯ୍ୟନ୍ତ ସବୁଠି ଏହି ଡିଜିଟାଲ ପେମେଣ୍ଟ ଆପ ବ୍ୟବହାର ହେଉଛି । ଯାହାପାଇଁ ଏବେ ଲୁଟେରାମାନଙ୍କର ସମସ୍ୟା ଟିକିଏ ବଢି ଯାଇଛି । ଲୁଟେରାମାନେ ସାଧାରଣତଃ ଲୋକମାନଙ୍କ ଠାରୁ ଟଙ୍କା କିମ୍ବା ସୁନାଗହଣା ଲୁଟି ଥାଆନ୍ତି । କିନ୍ତୁ ମୋବାଇଲରେ ଟଙ୍କା କାରବାର ହେଉଥିବାରୁ ଲୁଟେରାଙ୍କର ବଢୁଛି ଚିନ୍ତା । ତେଣୁ ଲୁଟେରାମାନେ ମଧ୍ୟ ଏବେ ଡିଜିଟାଲ ହେବାରେ ଲାଗିଲେଣି । ଏଣିକି ଡିଜିଟାଲ ଷ୍ଟାଇଲରେ ଲୁଟ କରୁଛନ୍ତି ଲୁଟେରା । ଅନଲାଇନ ମାଧ୍ୟମରେ ଲୁଟ କରିବାର ଉପାୟ ଏବେ ଲୁଟେରାଙ୍କ ଭିତରେ ଟ୍ରେଣ୍ଡିଂରେ ରହିଛି । ଲୁଟ ବେଳେ କ୍ୟାସ ନମିଳିବାରୁ ଫୋନପେରେ ଲୁଟି ନେଉଛନ୍ତି ଲୁଟେରା ।

ଏହିପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କରୌଲି ଜିଲ୍ଲାରେ । ଏଠାକାର ଜଣେ ୨୧ ବର୍ଷିୟ ଯୁବକଙ୍କ ପାଖରୁ ଟଙ୍କା ନମିଳିବାରୁ ଲୁଟେରାମାନେ ଫୋନ-ପେ ମାଧ୍ୟମରେ ଟଙ୍କା ଲୁଟି ନେଇଥିବା ଜଣାଯାଇଛି । ପ୍ରଥମେ ଯୁକକଙ୍କ ବାଇକକୁ ଅଟକାଇ ମାରପିଟ କରିବା ସହ ଟଙ୍କା ମାଗିଥିଲେ ଲୁଟେରା । ତେବେ ଟଙ୍କା ନମିଳିବାରୁ ଲୁଟେରା ୩୦୦୦ଟଙ୍କାର ଫୋନ-ପେ କରାଇଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସେହିପରି ଲୁଟେରାମାନେ ଯୁବକଙ୍କ ସମ୍ପର୍କୀୟଙ୍କ ନିକଟରୁ ୫୦୦ ଟଙ୍କା ଓ ରୂପା ଚେନ ଛଡ଼ାଇ ନେଇଥିବା ଜଣାପଡ଼ିଛି ।

ପୋଲିସର ସୂଚନା ଅନୁସାରେ, ଜଗଦୀଶ ମୀଣାନାମକ ଜଣେ ଯୁବକ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଜଗଦୀଶଙ୍କ ଠାରୁ ଲୁଟେରାମାନେ ଫୋନ-ପେ ମାଧ୍ୟମରେ ଲୁଟ କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଅଭିଯୁକ୍ତମାନେ ହେଉଛନ୍ତି ସୌରଭ, ଦୀପରାଜ, ଲବକୁଶ, ହେମରାଜ, ନମୋ ନାରାୟଣ । ଅଭିଯୁକ୍ତ ଦୀପରାଜ ଯୁବକଙ୍କ ବେକରେ ମାରଣାସ୍ତ୍ର ଲଗାଇ ଫୋନ-ପେ ଦ୍ୱାରା ଟଙ୍କା ଲୁଟ କରିଥିଲେ । ଅଭିଯୁକ୍ତମାନେ ଏ ସବୁର ଭିଡିଓ କରିବା ପାଇଁ ମଧ୍ୟ ପଛାଇ ନଥିଲେ । ୩୦୦୦ଟଙ୍କା ଲୁଟ କରିବା ପରେ ଆହୁରି ଟଙ୍କା ଆଣିବା ପାଇଁ ମଧ୍ୟ ଧମକାଇ ଥିଲେ ଲୁଟେରା । ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking