25.1 C
Bhubaneswar
Thursday, May 9, 2024
Homeଖେଳଲୁକ୍ ବ୍ୟାକ୍ ୨୦୨୩

ଲୁକ୍ ବ୍ୟାକ୍ ୨୦୨୩

ଖେଳ (Sports) :

ବିଶ୍ୱକପ ୨୦୨୩ର ସ୍ମରଣୀୟ ମୂହର୍ତ ; ଭାରତର ସ୍ବପ୍ନ ଧୂଳିସାତ ପରେ ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀଙ୍କ ସାନ୍ତ୍ୱନା

* ଦିନିକିଅ ବିଶ୍ୱକପ କ୍ରିକେଟ ୨୦୨୩ ଶେଷ ହୋଇଯାଇଛି । ବିରାଟ କୋହଲିଙ୍କ ଶତକର ଅର୍ଦ୍ଧଶତକଠାରୁ ଆରମ୍ଭ କରି ଟାଇମ ଆଉଟ ବିବାଦ ପରି ଅନେକ ସ୍ମରଣୀୟ ମୂହର୍ତ ଲିପିବଦ୍ଧ ହୋଇ ରହିଯାଇଛି । ଆସନ୍ତୁ ନଜର ପକାଇବା ଏହି ସ୍ମରଣୀୟ ମୂହର୍ତ ଉପରେ.. ।କୋହଲିଙ୍କ ଶତକରେ ଅର୍ଦ୍ଧଶତକ: ଭାରତର ବିରାଟ କୋହଲି ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ ୫୦ ଶତକ ହାସଲ କରି ରେକର୍ଡ କରିଛନ୍ତି । ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ରେକର୍ଡକୁ ଏହି ବିଶ୍ୱକପରେ ଭଙ୍ଗ କରିଥିଲେ ।
ହେଡଙ୍କ ଶତକ: ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆର ଟ୍ରେଭିସ ହେଡ ଆକର୍ଷଣୀୟ ଶତକ ହାସଲ କରି ଭାରତ ହାତରୁ ଏକାକୀ ମ୍ୟାଚ ଛଡେଇ ନେଇଥିଲେ । ସେ ୧୨୦ ବଲରେ ୧୩୭ ରନ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ୱକପ ହାତେଇଥିଲା ।ମାର୍କରାମ ଓ ମ୍ୟାକ୍ସୱେଲଙ୍କ ଦ୍ରୁତ ଶତକ: ଦକ୍ଷିଣ ଆଫ୍ରିକାର ଆଡେନ ମାର୍କରାମ ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ମାତ୍ର ୪୯ ବଲରେ ଶତକ ହାସଲ କରିଥିଲେ । ମାତ୍ର ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ନେଦରଲାଣ୍ଡ ବିପକ୍ଷରେ ୪୦ ବଲରେ ଶତକ ମାରି ତାଙ୍କୁ ଅତିକ୍ରମ କରିଥିଲେ । ଆଫଗାନିସ୍ତାନ, ନେଦରଲାଣ୍ଡର ଚମତ୍କାର ପ୍ରଦର୍ଶନ: ଏହି ବିଶ୍ୱକପରେ ଦୁର୍ବଳ ଟିମ ଭାବେ ବିବେଚନା କରାଯାଉଥିବା ନେଦରଲାଣ୍ଡ ଓ ଆଫଗାନିସ୍ତାନ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ଆଫଗାନିସ୍ତାନ ଏହି ଟୁର୍ଣ୍ଣାମେଂଟରେ ପାକିସ୍ତାନ, ଇଂଲଣ୍ଡ ଓ ଶ୍ରୀଲଙ୍କା ଟିମକୁ ହରାଇଥିବା ବେଳେ ନେଦରଲାଣ୍ଡ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ମ୍ୟାକ୍ସୱେଲଙ୍କ ଦ୍ୱିଶତକ: ୨୦୨୩ ବିଶ୍ୱକପରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଆଫଗାନିସ୍ତାନ ବିପକ୍ଷ ଦ୍ୱିଶତକ ସ୍ୱଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଗଲା । ତାଙ୍କ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିପାରିଥିଲା । ସେ ୧୨୮ ବଲରେ ୨୦୧ ରନ କରିଥିଲେ ।ଟାଇମ ଆଉଟ ବିବାଦ: ବାଂଲାଦେଶ ବିପକ୍ଷ ମୁକାବିଲାରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସଙ୍କ ଟାଇମ ଆଉଟ ବିବାଦ ଚର୍ଚ୍ଚିତ ଘଟଣା ରହିଥିଲା । ଆନ୍ତର୍ଜାତୀୟ କ୍ରିକେଟର ୧୪୬ ବର୍ଷରେ ସେ ପ୍ରଥମ ଖେଳାଳି ଭାବେ ଏ ଭଳି ଭାବେ ଆଉଟ ହୋଇଥିଲେ ।ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ ।

ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ବକପ ହାତେଇଛି ଅଷ୍ଟ୍ରେଲିଆ ।ଭାରତ ଦ୍ବାରା ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଲକ୍ଷ୍ୟ ରଖାଯାଇଥିଲା । ଆରମ୍ଭରୁ ଭାରତୀୟ ବୋଲରମାନେ ୩ଟି ଓ୍ବିକେଟ ନେଇ ଆଶା ସଂଚାର କରିଥିଲେ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ କରି ବିଜୟ ଭାରତ ହାତରୁ ଛଡେଇ ନେଇଥିଲେ । ଫାଇନାଲ ପରି ବଡ଼ ମ୍ୟାଚରେ ହେଡ୍ ଶତକ ( ୧୩୭ ରନ) ହାସଲ କରି ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥଲେ । ଲାବୁସଚେନ ୫୭ ରନ କରିଥିଲେ ।ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଗିଲ ମାତ୍ର ୪ ରନ କରି ଆଉଟ ହୋଇଥିବାବେଳେ ରୋହିତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । କିନ୍ତୁ ରୋହିତ ୪୭ ରନ କରି ଆଉଟ ହେବା ପରେ ରନ ଗତି ଧୀମେଇ ଯାଇଥିଲା । ତେବେ ବିରାଟ କୋହଲି ଓ କେଏଲ ରାହୁଲ ସତର୍କତା ସହ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ ବିରାଟ ଆଉଟ ହେବା ପରେ ଦଳ ସଂକଟରେ ପଡ଼ିଯାଇଥିଲା । ରାହୁଲ ୬୬ ରନ କରି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୨୮ଟି ବଲରୁ ୧୮ ରନ କରିଥିଲେ । ତେବେ ଶେଷ ଓ୍ବିକେଟରେ କୂଳଦୀପ ଯାଦବ ଓ ମହମ୍ମଦ ସିରାଜ ସତର୍କତାର ସହ ଖେଳି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ଓ୍ବିକେଟ ନେଇଥିବାବେଳେ ଜୋସ ହେଜଲଉଡ୍ ୨ଟି ଓ୍ବିକେଟ ନେଇଥିଲେ ।ସାମୀ ସୁନାମି: ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଭାରତର ମହମ୍ମଦ ସାମିଙ୍କ ଘାତକ ବୋଲିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ତାଙ୍କ ୫ ୱିକେଟ ସଫଳତା ବଳରେ ଭାରତ ୫୫ ରନରେ ଶ୍ରୀଲଙ୍କାକୁ ଅଲଆଉଟ କରି ଦେଇଥିଲା । ସେ ସମ୍ପୂର୍ଣ୍ଣ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ୨୪ ୱିକେଟ ଅକ୍ତିଆର କରିଥିଲେ । ଭାରତୀୟ ଟିମ ଏପରି ଶୋଚନୀୟ ପରାଜୟ ପରେ ଭାଙ୍ଗି ପଡିଥିବା ଖେଳାଳିଙ୍କୁ ଧୈର୍ଯ୍ୟ ଆଉ ସାନ୍ତ୍ୱନା ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ୍ରେସିଂରୁମକୁ ଯାଇଥିଲେ । ଖେଳାଳିଙ୍କ ସହ ହାତ ମିଳାଇଥିଲେ । ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ । ଜାଡେଜାଙ୍କ ସହ ହାତ ମିଳାଇଥିଲେ । ମହମ୍ମଦ ସାମିଙ୍କୁ କୁଣ୍ଢାଇ ତାଙ୍କ ପିଠି ଥାପୁଡେଇଥିଲେ ପ୍ରଧାନମନ୍ତ୍ରୀ । ଏହି ସମସୟର ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ଥିଲା । ସୋସିଆଲ ମିଡିଆରେ ଏହି ଫଟୋ ବେଶ ଭାଇରାଲ ହୋଇଛି ।

ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀ :
ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ମହମ୍ମଦ ସାମୀ ଓ ଅନ୍ୟମାନେ ସେୟାର କରିଛନ୍ତି । ସାମି ଫଟୋ ସେୟାର କରି ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ଗତକାଲି ଦିନ ଆମର ନ ଥିଲା । ପୁରା ଟୁର୍ଣ୍ଣାମେଣ୍ଟ ସମୟରେ ମୋତେ ଏବଂ ଆମର ଟିମକୁ ସମର୍ଥନ ଦେଇଥିବାରୁ ଭାରତୀୟ ଫ୍ୟାନ୍ସ ଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ପ୍ରଧାନମନ୍ତ୍ରୀଙ୍କ ପାଖରେ କୃତଜ୍ଞ । ସେ ଡ୍ରେସିଂ ରୁମ ଆସି ଆମର ଉତ୍ସାହ ବଢାଇଥିଲେ । ଆମେ ପୁଣି ଫେରିବୁ ।’ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରଧାମନ୍ତ୍ରୀଙ୍କ ସାକ୍ଷାତ ସମୟର ଫଟୋ ସେୟା,ର କରିଛନ୍ତି । ଏହି ଫଟେରେ ପ୍ରଧାନମନ୍ତ୍ରୀଙ୍କ ସହ ଜାଡେଜା ହାତ ମିଶାଉଛନ୍ତି । ଜାଡେଜା ଲେଖିଛନ୍ତି, ଆମର ଟିମ ବହୁତ ଭଲ ଥିଲା । କିନ୍ତୁ ହାରିଗଲା । ଆମେ ସମସ୍ତେ ଦୁଃଖିତ । ହେଲେ ଲୋକଙ୍କ ସମର୍ଥନ ଆମକୁ ସାହାସ ଦେଇଛି । ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମକୁ ଆସିଥିଲେ ଯାହା ବିଶେଷ ଏବଂ ବହୁତ ପ୍ରେରଣାଦାୟକ ଥିଲା ।ଶେୟସ ଅୟର ମଧ୍ୟ ଏକ ଭାବବିହ୍ୱଳ କଲାପରି ଫଟୋ ସେୟାର କରିଛନ୍ତି । ଶ୍ରେୟସ ଲେଖିଛନ୍ତି, ଆମର ହୃଦୟ ଭାଙ୍ଗି ଯାଇଥିଲା । ଏବେ ବି ଆମର ଅବସ୍ଥା ସମାନ ଅଛି ଏବଂ ଆଗକୁ କିଛି ଦିନ ଏପରି ରହିମ ମଧ୍ୟ । ଏହା ମୋର ପ୍ରଥମ ବିଶ୍ୱକପ ଥିଲା । ଏହା ମୋତେ ବହୁତ କିଛି ଶିଖାଇଛି । ବିସିସିଆଇ, ଟିମ ମ୍ୟାନେଜମେଣ୍ଟ, ସହଯୋଗୀ ଷ୍ଟାଫ ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଯେଉଁମାନେ ଆମକୁ ଆରମ୍ଭରୁ ଶେଷଯାଏ ସମର୍ଥନ କରିଥିଲେ । ପୁରା ଅଷ୍ଟ୍ରେଲିଆ ଟିମକୁ ଶୁଭେଚ୍ଛା ।’

ବିଶ୍ୱ କପର ଏ କି ସମ୍ମାନ ?

* ପ୍ରତିଟି ପ୍ରତିଯୋଗୀ ଏବଂ କ୍ରୀଡାପ୍ରେମୀଙ୍କ ପାଇଁ ବିଶ୍ୱକପ ଏକ ସ୍ୱପ୍ନ। ଏହି କପ୍ ପାଇଁ ଟିମ୍ ପ୍ଲେୟର୍ ଯେପରି ଦିନ ରାତି ଏକ କରିଦିଅନ୍ତି କ୍ରୀଡାପ୍ରେମୀ ମଧ୍ୟ ମୁକାବିଲାକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ଚଳିତ ବିଶ୍ୱକପ ଅଭିଯାନରେ ଏକ ରୋମାଞ୍ଚକର ଯାତ୍ରା ସହ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। କିନ୍ତୁ ସ୍ୱପ୍ନର ଏହି ବିଶ୍ୱକପ୍ ଟ୍ରଫିକୁ ଅଷ୍ଟ୍ରେଲିଆର ଜଣେ ଖେଳାଳି ଯେଉଁପରି ଅସମ୍ମାନ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ।ଅଷ୍ଟ୍ରେଲିଆ ଅଲରାଉଣ୍ଡର ବିଶ୍ୱକପ ଟ୍ରଫିକୁ ଗୋଡ ତଳେ ରଖି ଉଠାଇଥିବା ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। କପ୍ ଜିତିବା ପରେ ମାର୍ଶଙ୍କ ଏପରି ବ୍ୟବହାରକୁ ସୋଶାଲ ମିଡିଆ ୟୁଜର୍ ଟ୍ରୋଲ୍ କରୁଛନ୍ତି। ମାର୍ଶଙ୍କ ଏହି ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ପରେ ଅନ୍ୟାନ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ ହୋଇଛି।କମ୍ମିନ୍ସ ପୋଷ୍ଟ କରିଥିବା ଫଟୋରେ ମାର୍ଶ ଏକ ସୋଫା ଉପରେ ବସିଥିବା ଦେଖିବାକୁ ମିଳୁଛି। କିନ୍ତୁ ସେ ନିଜେ ସୋଫା ଉପରେ ବଶି ବିଶ୍ୱକପ ଟ୍ରଫିକୁ ତଳେ ରଖିଛନ୍ତି। କେବଳ ତଳେ ରଖିନାହାନ୍ତି, ଟ୍ରଫି ଉପରେ ଦୁଇ ଗୋଡ ଥୋଇ ହାତରେ ବିଅର୍ ବୋତଲ ଧରି ଫଟୋ କ୍ଲିକ୍ କରିଛନ୍ତି ମାର୍ଶ। ମାର୍ଶଙ୍କ ଏପରି ଖାମଖିଆଲ ଅନ୍ଦାଜକୁ ନାପସନ୍ଦ କରିଛନ୍ତି ନେଟିଜେନ୍ସ। ଏହି ଅଙ୍ଗଭଙ୍ଗୀକୁ ବିଶ୍ୱକପ ପ୍ରତି ଅସମ୍ମାନ ବୋଲି କହିବା ସହ ମାର୍ଶଙ୍କୁ ଟ୍ରୋଲ୍ କରିଛନ୍ତି। ଗତକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ, ଆୟୋଜକ ଭାରତ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳିଥିଲା। ୬ ୱିକେଟରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଜିତି ଷଷ୍ଠ ଥର ପାଇଁ ଟାଇଟଲ୍ ହାତେଇଛି। ବିଜୟ ପରେ ଡ୍ରେସିଂ ରୁମରେ ଏପରି ଫଟୋ ଉଠାଇଥିଲେ ମିଚେଲ ମାର୍ଶ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking