32.1 C
Bhubaneswar
Monday, May 27, 2024
Homeଓଡିଶାଲୋକାୟୁକ୍ତଙ୍କ ନୋଟିସ୍ ପରେ ତତ୍ପରତା ଦେଖାଇ ବେଆଇନ୍ କ୍ରସରକୁ ସିଲ୍ କଲା ପ୍ରଶାସନ

ଲୋକାୟୁକ୍ତଙ୍କ ନୋଟିସ୍ ପରେ ତତ୍ପରତା ଦେଖାଇ ବେଆଇନ୍ କ୍ରସରକୁ ସିଲ୍ କଲା ପ୍ରଶାସନ

ଗୋଳାମୁଣ୍ଡା  : କଳାହାଣ୍ଡି ଜିଲା ଗୋଳାମୁଣ୍ଡା ତହସିଲ ଅଧିନ ତୁମୁରା ଗ୍ରାମ ସ୍ଥିତ ଲାଖଡୋଙ୍ଗରୀ ବେଆଇନ୍ କ୍ରସର୍ କୁ ଆଜି ପ୍ରଶାସନ ରେଡ୍ କରିଛି । ପୂର୍ବତନ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ର ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଙ୍କ ପିତା ଶ୍ରୀ ରାଜକୁମାର ନାଏକ ବେସରକାରୀ ଜମିରେ ଧାର୍ଯ୍ୟ ହୋଇଥିବା ମିନିମମ୍ ଅର୍ଥ ନ ଦେଇ ବିନା ଦସ୍ତାବିଜ୍ ରେ ଦୀର୍ଘ ବର୍ଷ ଧରି କ୍ରସର୍ ଚଳାଇ ଆସୁଥିଲେ । କିଛି ମାସ ତଳେ ଉକ୍ତ କ୍ରସର୍ ରେ ବେଆଇନ୍ ପଥର ବ୍ରାଷ୍ଟିଂ ରେ ଜଣେ ଶ୍ରମିକ ଙ୍କ ଗୋଡ କଟା ଘଟଣା ଅଞ୍ଚଳ ରେ ବହୁତ ଚର୍ଚ୍ଚାର ବିଷୟ ପାଳଟିଥିଲା । ତଥାପି ଉକ୍ତ କ୍ରସର୍ ଚାଳିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଥିବା ନେଇ ମାନ୍ୟବର ଲୋକାୟୁକ୍ତ ରେ ବିକାଶ ମହାନ୍ତି ଓ ନରୋତ୍ତମ ତାଣ୍ଡି ପ୍ରାଥମିକ ପ୍ରମାଣ ଭିତ୍ତିରେ ଅଭିଯୋଗ କରିଥିବାରୁ ମାନ୍ୟବର ଲୋକାୟୁକ୍ତ କଳାହାଣ୍ଡି ଜିଲାପାଳ , ପଲ୍ଯୁସନ କଣ୍ଟ୍ରୋଲ ବୋର୍ଡ ଭୁବନେଶ୍ବର , ଗୋଳାମୁଣ୍ଡା ତହସିଲଦାର ଓ କ୍ରସର ମାଳିକ ଙ୍କୁ ଆସନ୍ତା ୨୨ ତାରିଖ ଦିନ ଲୋକାୟୁକ୍ତ ରେ ହାଜର ହେବା ପାଇଁ ନୋଟିସ୍ ହୋଇଛି । ଏ ନେଇ ପ୍ରଶାସନ ତତ୍ପରତା ଦେଖାଇ ଧର୍ମଗଡ ଉପଜିଲାପାଳ , ଗୋଳାମୁଣ୍ଡା ତହସିଲଦାର , ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ପୁଲିସ୍ ଫୋର୍ସ୍ ର ଉପସ୍ଥିତି କ୍ରମେ କ୍ରସର୍ କୁ ରେଡ୍ କରିବା ସହିତ ଟ୍ରାକ୍ଟର ଓ ଜେସିବି କୁ ଜବତ କରିଥିବା ଜଣା ପଡିଛି । ଦୀର୍ଘ ବର୍ଷ ଧରି ବେଆଇନ୍ କ୍ରସର କେମିତି ଚାଳିଥିଲା ଓ କାହାର ଛତ୍ରଛାୟା ତଳେ ଥିଲା ତାହା ଚର୍ଚ୍ଚାର ବିଷୟ ପାଳଟିଛି । ଏଵେ ଦେଖିବାକୁ ବାକି ରହିଲା ମାନ୍ୟବର ଲୋକାୟୁକ୍ତ କାହା କାହାକୁ କେତେ ଦଣ୍ଡ ବିଧାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking