30.1 C
Bhubaneswar
Monday, June 17, 2024
Homeଦେଶ ବିଦେଶପାପୁଆ ନ୍ୟୁ ଗିନି ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୬୭୦କୁ ବୃଦ୍ଧି

ପାପୁଆ ନ୍ୟୁ ଗିନି ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୬୭୦କୁ ବୃଦ୍ଧି

ପୋର୍ଟ ମୋର୍ସବି:  ପାପୁଆ ନ୍ୟୁ ଗିନିର ରାଜଧାନୀ ପୋର୍ଟ ମୋର୍ସବି ଠାରୁ ପ୍ରାୟ ୬୦୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏଙ୍ଗା ପ୍ରଦେଶର କାଓକଲାମ ଗ୍ରାମାଞ୍ଚଳରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୬୭୦କୁ ବୃଦ୍ଧି ପାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ ପୂର୍ବକ ଦିଆଯାଇଥିବା ତଥ୍ୟ ଅନୁସାରେ ଭୂସ୍ଖଳନ ଯୋଗୁ ଗ୍ରାମର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଘର ମାଟି ତଳେ ଦାବି ହୋଇଯାଇଥିବା ବେଳେ ନିଖୋଜ ଗ୍ରାମବାସୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରୁନାହିଁ । ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇସାରିଛି । ତେବେ ଆହୁରି ୩୦୦ ଲୋକ ମାଟିତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷେ ପୋର୍ଟ ମୋର୍ସବିରେ ଅବସ୍ଥାପିତ ଜାତିସଂଘ ପ୍ରତିନିଧିଙ୍କ କହିବାନୁସାରେ “ଭୂସ୍ଖଳନ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଏହାପରେ ଏହି ସ୍ଥାନରେ ପାଣି ଚାଲୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତଥାପି ମାଟି ତଳେ ପୋତି ହୋଇଥିବା ଶବକୁ ବାହାର କରିବା ପାଇଁ ଲୋକମାନେ ବାଡ଼ି, କୋଦାଳ ବ୍ୟବହାର କରୁଛନ୍ତି । ପ୍ରକାଶ, ଶୁକ୍ରବାର ପୂର୍ବାହ୍ନରେ ଘଟିଥିବା ଭୂସ୍ଖଳନ ଯୋଗୁ ଘଟିବା ପରେ ଏଙ୍ଗା ପ୍ରଦେଶର ପାହାଡ଼ିଆ ପାର୍ଶ୍ୱବର୍ତ୍ତୀ ଗାଁ ପ୍ରାୟ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏହି ପ୍ରାକୃତିକ ବିପର‌୍ୟ୍ୟୟ ଦ୍ୱାରା ୧୦୦୦ ରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲା ବେଳେ ଅଞ୍ଚଳରେ ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଣ ପ୍ରାୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking