31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶକାନ୍ସ ଗ୍ରାଣ୍ଡ୍ ପ୍ରି ପୁରସ୍କାର ବିଜୟିନୀ ପାୟଲ କାପାଡିଆ

କାନ୍ସ ଗ୍ରାଣ୍ଡ୍ ପ୍ରି ପୁରସ୍କାର ବିଜୟିନୀ ପାୟଲ କାପାଡିଆ

ନୂଆଦିଲ୍ଲୀ:  ଫିଲ୍ମ ନିର୍ମାତା ପାୟଲ କାପାଡିଆ ଆଜି ପ୍ରଥମ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଭାବେ ତାଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍‌’ ପାଇଁ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ‘ଗ୍ରାଣ୍ଡ୍ ପ୍ରି’ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି । ଗୁରୁବାର ରାତିରେ ପ୍ରଦର୍ଶିତ ହୋଇଥିବା କାପାଡିଆଙ୍କ ଏହି ଚଳଚ୍ଚିତ୍ର ୩୦ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଏବଂ କୌଣସି ଭାରତୀୟ ମହିଳା ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରଥମ ଥର ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଭଳି ଏକ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଛି । ପ୍ରକାଶ, ୩ ବର୍ଷ ପୂର୍ବେ ମଧ୍ୟ ପାୟଲ କାପାଡିଆ କାନ୍ସରେ ‘ଏ ନାଇଟ୍ ଅଫ୍ ହନିଂ ନଥିଙ୍ଗ୍‌’ ପାଇଁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ପାଇଁ ‘ଲେ ପ୍ରିକ୍ସ ଡୁ ଡକ୍ୟୁମେଣ୍ଟେୟାର’ ପୁରସ୍କାର ହାସଲ କରିଥିଲେ ।
‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍‌’ ମୁଖ୍ୟତଃ ଏକ ଫିଚର ଫିଲ୍ମ ହୋଇଥିବା ବେଳେ ଏହାକୁ ଇଣ୍ଡୋ-ଫ୍ରାନ୍ସ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍‌’ରେ ପ୍ରଭା ନାମକ ଜଣେ ନର୍ସଙ୍କ କାହାଣୀକୁ ଉପସ୍ଥାପିତ କରାଯାଇଛି ଯିଏ ନିଜ ବିଚ୍ଛିନ୍ନ ସ୍ୱାମୀଙ୍କଠାରୁ ଏକ ଅପ୍ରତ୍ୟାଶିତ ଉପହାର ପାଆନ୍ତି, ଯାହା ତାଙ୍କ ଜୀବନରେ ବାଧା ସୃଷ୍ଟି କରୁଥିବାର ଦେଖିବାକୁ ମିଳିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ଦେଶର ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ପାୟଲ କାପାଡିଆଙ୍କୁ ଏହି କୃତୀତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ପାୟଲ୍‌ଙ୍କ ପାଇଁ ଦେଶ ଆଜି ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି । ପ୍ରକାଶ, ଦିନକ ପୂର୍ବେ ପ୍ରଥମ ଭାରତୀୟ ଅଭିନେତ୍ରୀ ଅନସୂୟା ସେନ୍‌ଗୁପ୍ତାଙ୍କୁ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡରେ ସମ୍ମାନିତ କରାଯାଇଛି । ଚଳଚ୍ଚିତ୍ର ‘ସେମ୍‌ଲେସ୍‌’ରେ ପ୍ରଭାବୀ ତଥା ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking