31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶଆପ୍ ଉପରେ ସ୍ୱାତୀ ମାଲିୱାଲ୍‌ଙ୍କ ଆଉ ଏକ ସଙ୍ଗୀନ ଅଭିଯୋଗ; ଦୁଷ୍କର୍ମ ସହ ହତ୍ୟା କରିବାକୁ...

ଆପ୍ ଉପରେ ସ୍ୱାତୀ ମାଲିୱାଲ୍‌ଙ୍କ ଆଉ ଏକ ସଙ୍ଗୀନ ଅଭିଯୋଗ; ଦୁଷ୍କର୍ମ ସହ ହତ୍ୟା କରିବାକୁ ମିଳୁଛି ଧମକ

ନୂଆଦିଲ୍ଲୀ:  ଆମ୍ ଆଦମୀ ପାର୍ଟି (ଆପ୍‌) ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ରବିବାର ଦିନ ନିଜ ଦଳ ବିରୋଧରେ ଆଉ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି । ସ୍ୱାତୀ କହିଛନ୍ତି ଯେ, ଏବେ ତାଙ୍କୁ ଫୋନ୍ ମାଧ୍ୟମରେ ଦୁଷ୍କର୍ମ ସହ ହତ୍ୟା ଧମକ ଦିଆଯାଉଛି । ଆମ୍ ଆଦ୍‌ମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାରଙ୍କ ବିରୋଧରେ ସେ ଆଣିଥିବା ଦୁର୍ବ୍ୟବହାର ଏବଂ ମାଡ଼ ମାରିବା ଅଭିଯୋଗ ପରେ ଏବେ ଆପ୍ ପକ୍ଷରୁ ତାଙ୍କୁ ଏପ୍ରକାର ଧମକ ଦିଆଯାଉଥିବା ସ୍ୱାତୀ ନିଜ ଅଭିଯୋଗରେ ସ୍ପଷ୍ଟ କରିଛନ୍ତି । ବିଶେଷକରି ୟୁଟ୍ୟୁବର ଧ୍ରୁବ ରାଠି ତାଙ୍କ ବିରୋଧରେ ଏକପାଖିଆ ଭିଡିଓ ପୋଷ୍ଟ କରିବା ପରେ ପରିସ୍ଥିତି ଆହୁରି ବିଗିଡିଥିବା ସ୍ୱାତୀ କହିଛନ୍ତି ।
ମାଲିୱାଲ ନିଜ ଏକ୍ସ୍ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି କହିଛନ୍ତି, ତାଙ୍କ ନିଜ ଦଳର ନେତା ତଥା କର୍ମୀ ଏବେ ତାଙ୍କ ବିରୁଦ୍ଧରେ ଚରିତ୍ର ସଂହାର, ଲଜ୍ଜାଜନକ ତଥା ଭାବପ୍ରବଣତା ଅଭିଯାନ ଆରମ୍ଭ କରିଛନ୍ତି । ତାଙ୍କୁ ଭୟଭୀତ କରିବା ପାଇଁ ଫୋନ୍ ମାଧ୍ୟମରେ ଦୁଷ୍କର୍ମ ଓ ହତ୍ୟା ଧମକ ଦିଆଯାଉଛି । ପ୍ରକାଶ, ଗତ ୧୩ ତାରିଖରେ ସ୍ୱାତୀ ମାଲିୱାଲ୍‌, କେଜ୍ରିୱାଲ୍‌ଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ବାସଭବନକୁ ଯାଇଥିବା ବେଳେ ସେଠାରେ ବିଭବ କୁମାର ତାଙ୍କୁ ଦୁର୍ବବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଥିଲେ । ସ୍ୱାତୀଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ୍ ତଥା ଏସ୍‌ଆଇଟି ଟିମ୍ ଏବେ ବିଭବ କୁମାରଙ୍କୁ ରିମାଣ୍ଡ୍‌ରେ ନେବା ସହ ଜେରା କରୁଛି । ବିଭବଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି । ସ୍ୱାତୀଙ୍କୁ ରାଜ୍ୟସଭାକୁ ପଠାଇଥିବା ଆପ୍ ଏବେ ସ୍ୱାତୀଙ୍କୁ ରାଜ୍ୟସଭା ସାଂସଦ ପଦ ସ୍ୱତଃପ୍ରବୃତ୍ତ ଭାବେ ଛାଡିବା ପାଇଁ ଚାପ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ଏସବୁ କରୁଥିବା ସ୍ୱାତୀ ଅଭିଯୋଗ କରୁଛନ୍ତି । କିନ୍ତୁ ଏପରିସ୍ଥିତିରେ ସେ ରାଜ୍ୟସଭା ସାଂସଦ ପଦ ଛାଡିବେ ନାହିଁ ବୋଲି ସ୍ୱାତୀ ସ୍ପଷ୍ଟ କରିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking