31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶଯୁଦ୍ଧ ବନ୍ଦୀ ମହିଳା ସୈନିକଙ୍କ ଉପରେ ଅତ୍ୟାଚାର ଭିଡିଓ ଭାଇରାଲ

ଯୁଦ୍ଧ ବନ୍ଦୀ ମହିଳା ସୈନିକଙ୍କ ଉପରେ ଅତ୍ୟାଚାର ଭିଡିଓ ଭାଇରାଲ

ଜେରୁଜେଲମ: ୭ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ହମାସ୍ ଉଗ୍ରବାଦୀ ସଂଗଠନ ପକ୍ଷରୁ ଦିଆଯାଉଥିବା ଜବାବୀ ଆକ୍ରମଣ ଯୋଗୁ ଇସ୍ରାଏଲ୍ ମଧ୍ୟ ନିଜ ଜିଦ୍‌ରେ ଅଟଳ ରହି ଗାଜା ଷ୍ଟ୍ରିପ୍‌ରେ ବୋମାବର୍ଷା ଜାରି ରଖିଛି । ତେବେ ଏସବୁ ମଧ୍ୟରେ ତେଲ ଅଭିଭ୍ ଉପରେ ହୋଇଥିବା ମିସାଇଲ୍ ଆଟାକ୍ ପାଇଁ ହମାସ୍ ନିଜକୁ ଦାୟୀ କରିଛି । ତେଲ୍ ଅଭିଭ୍ ଉପରେ ଏକ ବୃହତ୍ ମିସାଇଲ୍ ଆଟାକ୍ କରିଥିବା ହମାସ ସ୍ୱୀକାର କରିଛି । ଅନ୍ୟପକ୍ଷେ ଇସ୍ରାଏଲ୍ ପକ୍ଷରୁ ହମାସ ଉଗ୍ରବାଦୀଙ୍କ ବର୍ବୋରୋଚିତ କାଣ୍ଡର କିଛି ଭିଡିଓକୁ ସାର୍ବଜନୀନ କରାଯିବା ପରେ ଏହାକୁ ନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ରିପୋର୍ଟ ଅନୁସାରେ ହମାସ ଉଗ୍ରବାଦୀମାନେ ଇସ୍ରାଏଲର ୭ ମହିଳା ସୈନିକଙ୍କୁ ବନ୍ଧକ ରଖିଥିବା ଏବଂ ସେମାନଙ୍କ ପ୍ରତି ଶାରୀରିକ ଅତ୍ୟାଚାର କରୁଥିବାର ଦେଖିବାକୁ ମିଳୁଛି । ସେହିପରି ଇସ୍ରାଏଲୀ ମହିଳା ସୈନିକଙ୍କୁ ହମାସ ଉଗ୍ରବାଦୀମାନେ ଗଣଦୁଷ୍କର୍ମ ମଧ୍ୟ କରୁଥିବାର ଅଭିଯୋଗ ହୋଇଛି । ତେବେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଇସ୍ରାଏଲ୍ ସେନା ନିଜ ଦେଶର ମହିଳା ସୈନିକଙ୍କୁ ହମାସ ଉଗ୍ରବାଦୀଙ୍କ କବଳରୁ ମୁକ୍ତ କରିପାରିନାହାନ୍ତି । ଏହାକୁ ନେଇ ଦେଶବାସୀ ଏବେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଦୋଷାରୋପ କରିବା ଆରମ୍ଭ କରିଦେଇଛନ୍ତି । ପୀଡ଼ିତାଙ୍କ ପରିବାର ଅପହରଣ ଓ ଦୁଷ୍କର୍ମ ଭଳି ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଦାୟୀ କରିଛନ୍ତି ।
ଦି ଜେରୁଜେଲମ୍ ପୋଷ୍ଟ’ ରିପୋର୍ଟ ଅନୁଯାୟୀ, ଅନେକ ମହିଳା ସୈନିକ ଗାଜାରେ ହମାସ୍ ଉଗ୍ରବାଦୀ ସଂଗଠନଙ୍କ ଦ୍ୱାରା ବନ୍ଦୀ ହୋଇ ରହିଛନ୍ତି । ପୀଡିତାଙ୍କ ପରିବାର ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରିବା ସହ ଇସ୍ରାଏଲ୍ ବନ୍ଧକମାନଙ୍କୁ ମୁକ୍ତ କରିବାରେ ବିଫଳ ହେବାରୁ ତାଙ୍କୁ ଘେରିଛନ୍ତି । ୭ ଅକ୍ଟୋବର ୨୦୨୩ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ୭ ମହିଳା ସୈନିକଙ୍କୁ ବନ୍ଧକ ରଖିଥିଲା । କିନ୍ତୁ ଯୁଦ୍ଧ ନିୟମ ଅନୁସାରେ ହମାସ ଏବେ ଏମାନଙ୍କୁ ସୁରକ୍ଷିତ ନିଜ ଦେଶକୁ ପଠାଇବା ବଦଳରେ ସେମାନଙ୍କ ପ୍ରତି ବ୍ୟଭିଚାର ଆଚରଣ ପ୍ରଦର୍ଶନ କରୁଥିବାର କିଛି ଭିଡିଓ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ଗତ ୭ ମାସ ମଧ୍ୟରେ ହମାସ୍ କିଛି ଇସ୍ରାଏଲୀ ବନ୍ଧକଙ୍କୁ ହତ୍ୟା କରିସାରିଥିବା ବେଳେ ବର୍ତ୍ତମାନ ସୁଦ୍ଦା ୧୨୫ ଇସ୍ରାଏଲ୍ ନାଗରିକ ବନ୍ଦୀ ଅବସ୍ଥାରେ ହମାସ ପାଖରେ ଅଛନ୍ତି । ସୂଚନାଯୋଗ୍ୟ, ଗାଜାରେ ଇସ୍ରାଏଲର ଆକ୍ରମଣ ପରେ ଗତ ୭ ମାସ ମଧ୍ୟରେ ୩୩,୦୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ଥିତ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking