31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶ୩ଟି ବଡ଼ ଧରଣର ଷଡଯନ୍ତ୍ର କରୁଛି ଇଣ୍ଡିଆ ମେଣ୍ଟ

୩ଟି ବଡ଼ ଧରଣର ଷଡଯନ୍ତ୍ର କରୁଛି ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ:  ୨୦୨୪ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଘୋସି ଠାରେ ଆୟୋଜିତ ଏକ ନିର୍ବାଚନୀ ରାଲିକୁ ଆଜି ସମ୍ବୋଧିତ କରିଛନ୍ତି । ମୋଦୀ ଏହି ଅବସରରେ ବିରୋଧୀ ଦଳ ପକ୍ଷରୁ ଗଠନ କରାଯାଇଥିବା ଇଣ୍ଡିଆ ମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି । ଇଣ୍ଡିଆ ମେଣ୍ଟ ଏବେ ୩ଟି ବଡ଼ ଧରଣର ଷଡଯନ୍ତ୍ର କରୁଛି ବୋଲି ମୋଦୀ ଦୃଢ଼ତାର ସହ କହିଛନ୍ତି ।
ବିରୋଧୀଙ୍କ ପ୍ରଥମ ଷଡଯନ୍ତ୍ର ସମ୍ପର୍କରେ ସୂଚନା ଦେବାକୁ ଯାଇ ମୋଦୀ କହିଛନ୍ତି ଯେ, ବିରୋଧୀ ଦଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ନିଜ ଶାସନ ସମୟରେ ଜାଣିଶୁଣି ଘୋସି, ବାଲିଆ ଏବଂ ସାଲେମପୁର ଭଳି ଗୁରୁତ୍ୱପୂର୍ଣ୍ଣ ପୂର୍ବାଞ୍ଚଳକୁ ଜାଣିଶୁଣି ପଛୁଆ କରି ରଖିଛନ୍ତି । ଯାହାକୁ ନେଇ ସେମାନେ ସବୁବେଳେ ରାଜନୀତି କରିପାରିବେ ବୋଲି ଭାବିଥିଲେ । ଏବେ ବି ସେମାନେ ଏସବୁ ଜାରି ରଖିବା ପାଇଁ ହିଁ ଷଡଯନ୍ତ୍ର କରୁଛନ୍ତି । ମୋଦୀଙ୍କ କହିବାନୁସାରେ ରାଜ୍ୟର ପୂର୍ବାଞ୍ଚଳବାସୀ ଗତ ୧୦ ବର୍ଷ ମଧ୍ୟରେ ଦେଶର ପ୍ରଧାନମନ୍ତ୍ରୀ ଚୟନ କରୁଥିବା ବେଳେ ଗତ ୭ ବର୍ଷ ଧରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଚୟନ କରୁଛନ୍ତି । ତେଣୁ ସମଗ୍ର ଉତ୍ତରପ୍ରଦେଶ ପାଇଁ ପୂର୍ବାଞ୍ଚଳ ଏବଂ ଏଠିକାର ଭୋଟର ସବୁଠାରୁ ସ୍ୱତନ୍ତ୍ର । ତେବେ ସମାଜବାଦୀ ପାର୍ଟି ଆଜି ପର୍ଯ୍ୟନ୍ତ ଏସବୁ ଅଞ୍ଚଳକୁ କେବଳ ଭୋଟ୍‌ବ୍ୟାଙ୍କ୍ ରାଜନୀତି ଭାବେ ହିଁ ବ୍ୟବହାର କରିଆସିଛି । କିନ୍ତୁ ସେମାନଙ୍କ ଉଦ୍ଦେଶ୍ୟ କଦାପି ସଫଳ ହେବ ନାହିଁ । ରାଜ୍ୟର ଏସବୁ ଅଞ୍ଚଳ ମଧ୍ୟ ବିକାଶ ସ୍ରୋତରେ ସାମିଲ ହେବେ । ଯୋଗୀ ସରକାରରେ ବିକାଶର ଯେଉଁ ପ୍ରବାହ ଆରମ୍ଭ ହୋଇଛି ତାହା ସମଗ୍ର ରାଜ୍ୟକୁ ସମ୍ପ୍ରସାରିତ ହେବ ।
ସେହିପରି ବିରୋଧୀଙ୍କ ଦ୍ୱିତୀୟ ଷଡଯନ୍ତ୍ର ସମ୍ପର୍କରେ ସୂଚନା ଦେବାକୁ ଯାଇ ମୋଦୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ଚାହୁଁଛି ଯେ ସମସ୍ତ ଜାତି ନିଜ ମଧ୍ୟରେ ଲଢନ୍ତୁ । ରାଜପୁତ, ବ୍ରାହ୍ମଣ, ରାଜଭର, ଦଲିତ, କାୟସ୍ଥ ସମସ୍ତେ ନିଜ ମଧ୍ୟରେ ଲଢ଼ିବା ଦ୍ୱାରା ଦୁର୍ବଳ ହୋଇଯିବେ । ସମାଜର ଲୋକମାନଙ୍କୁ ଭ୍ରମିତ କରି ମୂଳ ପ୍ରସଙ୍ଗରୁ ସେମାନଙ୍କ ଧ୍ୟାନ ହଟାଇବା ହିଁ ଇଣ୍ଡିଆ ମେଣ୍ଟର ମୂଳ ଉଦ୍ଦେଶ୍ୟ । ନିର୍ବାଚନ ସମୟରେ, ସେମାନେ (ଇଣ୍ଡିଆ ଆଲାଏନ୍ସ) ରାମ ମନ୍ଦିର ଦର୍ଶନ କରିବାକୁ ଯାଉଛନ୍ତି । କିନ୍ତୁ ୫୦୦ ବର୍ଷ ପରେ, ଯେତେବେଳେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମର ଆୟୋଜନ କରାଗଲା ସେତେବେଳେ ସେମାନେ ଏଥିରେ ଯୋଗଦେଇନଥିଲେ ବରଂ ତ୍ରୁଟି ଖୋଜିବାକୁ ଲାଗିଲେ । ଏପରିକି ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରାଯିବା ଉଚିତ୍ ବୋଲି ଇଣ୍ଡିଆ ମେଣ୍ଟ ବରାବର ଚାପ ପକାଇବାକୁ ଚେଷ୍ଟା କରିଆସୁଛି ।
ବିରୋଧୀଙ୍କ ତୃତୀୟ ଷଡଯନ୍ତ୍ର ରୂପେ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ଦେଶର ସମ୍ବିଧାନକୁ ବଦଳାଇ ଦେବେ ବୋଲି ଆଜି ନିଜ ନିର୍ବାଚନୀ ରାଲିରେ ପୁଣିଥରେ ଦୋହରାଇବା ପୂର୍ବକ ମୋଦୀ କହିଛନ୍ତି । ମୁସଲିମ୍ ଭୋଟରଙ୍କୁ ନିଜ ଭୋଟ୍‌ବ୍ୟାଙ୍କ ଭାବୁଥିବା ଇଣ୍ଡିଆ ମେଣ୍ଟ, ଦେଶର ଦଳିତ ଓ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରଭାବିତ କରିବାକୁ ଏବଂ ଏସବୁକୁ ଦେଶର ମୁସଲିମ୍ ଭୋଟର ବର୍ଗଙ୍କୁ ହସ୍ତାନ୍ତର କରିଦେବା ଉଦ୍ଦେଶ୍ୟରେ ନିୟମିତ ଉଦ୍ୟମ କରୁଛନ୍ତି । ତେବେ ସେ ଦେଶର ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ସେମାନଙ୍କ ଏପ୍ରକାର ହୀନ ଉଦ୍ଦେଶ୍ୟ କଦାପି ସଫଳ କରାଇ ଦେବେ ନାହିଁ ବୋଲି ମୋଦୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking