30.1 C
Bhubaneswar
Tuesday, June 18, 2024
Homeଅପରାଧଏଆଇ ଟେକ୍ନୋଲୋଜି ଦ୍ୱାରା ୭ ଛାତ୍ରୀଙ୍କୁ ଦୁଷ୍କର୍ମ

ଏଆଇ ଟେକ୍ନୋଲୋଜି ଦ୍ୱାରା ୭ ଛାତ୍ରୀଙ୍କୁ ଦୁଷ୍କର୍ମ

ଭୋପାଳ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟେକ୍ନୋଲୋଜିର ଅସଦ୍ ବ୍ୟବହାରଜନିତ ଏକ ସଂଗୀନ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ଏଆଇ ଟେକ୍ନୋଲୋଜିର ଭଏସ୍ ଚେଞ୍ଜିଂ ଟୁଲ୍ସ ବ୍ୟବହାର କରିବା ପୂର୍ବକ ପ୍ରାୟ ୭ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଗିରଫ ହେବା ପରେ ପୁରା ଘଟଣା ଜଣାପଡିଛି । ଅଭିଯୁକ୍ତଜଣକ ଏଆଇ ଟେକ୍ନୋଲୋଜି ମାଧ୍ୟମରେ ଅବିକଳ ଜଣେ କଲେଜ ଅଧ୍ୟାପିକାଙ୍କ ଭଳି କଥା ହେଉଥିଲେ, ବୃତ୍ତି କରାଇଦେବେ କହି କଲେଜ ପଢ଼ା ଝିଅମାନଙ୍କୁ ନିଜ ପାଖକୁ ଡାକୁଥିଲେ ଏବଂ ବଳପୂର୍ବକ ଦୁଷ୍କର୍ମ କରୁଥିଲେ ବୋଲି ଜଣାପଡିଛି । ତେବେ ରାଜ୍ୟ ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ସହ ପୂରା ଘଟଣାର ପର୍ଦ୍ଦାଫାସ କରିଛି । ପୁଲିସ କହିବା ଅନୁସାରେ, ପୂର୍ବରୁ ଏକ ମିଲ୍‌ରେ କାମ କରୁଥିବା ବ୍ରଜେଶ କୁଶୱାହ ନାମକ ଅଭିଯୁକ୍ତଜଣକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ଜଣେ କଲେଜ ଅଧ୍ୟାପିକାଙ୍କ କଣ୍ଠସ୍ୱର ଭଳି ଅବିକଳ ଢଙ୍ଗରେ କଲେଜ ଛାତ୍ରୀମାନଙ୍କ ସହ କଥା ହେଉଥିଲା । ସେମାନଙ୍କୁ କିପରି ବୃତ୍ତି ପାଇବାରେ ସାହାଯ୍ୟ କରିବେ ସେ ବାବଦରେ କଥା ହୋଇ ଏକ ସ୍ଥାନକୁ ଆସିବାକୁ କହୁଥିଲା । କୁଶୱା ଛାତ୍ରୀମାନଙ୍କୁ କହେ ଯେ, ଜଣେ ବ୍ୟକ୍ତି ତାଙ୍କୁ ଯାଇ ଉକ୍ତ ସ୍ଥାନରୁ ନେଇଆସିବ, ତା ପରେ ସେ ତାଙ୍କୁ ବୃତ୍ତି ପାଇବା ବାବଦରେ ଜଣାଇଦେବେ । ଏପରି କଥା ହେଉଥିବାର ଭଏସ ଛାତ୍ରୀମାନଙ୍କ କଲେଜ ଅଧ୍ୟାପିକାଙ୍କର ବ୍ୟବହାର କରାଯାଉଥିଲା, ଯାହାକୁ ଏଆଇ ମାଧ୍ୟମରେ ବିକୃତ କରାଯାଇଥିଲା । ଛାତ୍ରୀମାନେ ମଧ୍ୟ ଅଧ୍ୟାପିକାଙ୍କ ଭଏସ୍ ଶୁଣି ତାଙ୍କ କଥାରେ ସେହି ସ୍ଥାନକୁ ଯାଆନ୍ତି ଏବଂ ଜଙ୍ଗଲରେ ଦୁଷ୍କର୍ମରେ ଶିକାର ହୁଅନ୍ତି । ଏପରି ଜଣେ କି ଦୁଇ ଜଣ ନୁହେଁ ୭ ଜଣ ଆଦିବାସୀ ଛାତ୍ରୀଙ୍କ ସହ ଘଟିଥିବା ମଧ୍ୟପ୍ରଦେଶ ପୁଲିସ କହିଛି ।   ପୁଲିସ କୁଶୱାହକୁ ଗିରଫ କରିବା ସହ ତା\’ର ୩ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି । ଏଥିସହ ମଧ୍ୟପ୍ରଦେଶ ସିଦ୍ଧି ପ୍ରଶାସନ କୁଶୱା ଘରେ ବୁଲଡୋଜର ଚଲାଇ ଭାଙ୍ଗି ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking