30.1 C
Bhubaneswar
Tuesday, June 18, 2024
Homeଦେଶ ବିଦେଶସ୍ଥଳ ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ମାସେ ବଢ଼ିଲା

ସ୍ଥଳ ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ମାସେ ବଢ଼ିଲା

ନୂଆଦିଲ୍ଲୀ:  ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳକୁ ଆଉ ଅତିରିକ୍ତ ୧ ମାସ ପାଇଁ ବୃଦ୍ଧି କରାଯାଇଛି । ଜେନେରାଲ ପାଣ୍ଡେ ଆସନ୍ତା ୩୧ରେ ଅବସର ଗ୍ରହଣ କରିବାକୁ ଥିବା ବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତାଙ୍କର କାର୍ଯ୍ୟକାଳ ଏକ ମାସ ବୃଦ୍ଧି କରାଯିବା ନେଇ ବିଜ୍ଞପ୍ତି ଜାରି କରାଯାଇଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତ୍ତିରେ ଦର୍ଶାଇଛି ଯେ, ରବିବାର ଦିନ କ୍ୟାବିନେଟର ନିଯୁକ୍ତି କମିଟି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଚାକିରିକାଳ ଏକ ମାସ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି । ସେ ମେ ୩୧, ୨୦୨୪ ରେ ଅବସର ନେଇଥାନ୍ତେ, କିନ୍ତୁ ବର୍ତ୍ତମାନ ଜେନେରାଲ ପାଣ୍ଡେ ୩୦ ଜୁନ୍ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । କ୍ୟାବିନେଟର ନିଯୁକ୍ତି କମିଟି ସେନା ନିୟମର ନିୟମ ୧୬ ଏ(୪) ୧୯୫୪ ଅନୁଯାୟୀ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ତାଙ୍କ ସାଧାରଣ ଅବସର ବୟସଠାରୁ ଏକ ମାସ ଅଧିକ ନିଯୁକ୍ତ କରିଛି । ଅର୍ଥାତ ଜୁନ୍ ୩୦, ୨୦୨୪ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ । ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କୁ ଡିସେମ୍ବର ୧୯୮୨ ରେ କୋର ଅଫ୍ ଇଞ୍ଜିନିୟର୍ସ (ବମ୍ବେ ସାପର୍ସ) ରେ କମିଶନ ଦିଆଯାଇଥିଲା । ସେନା ମୁଖ୍ୟ ଦାୟିତ୍ୱ ପୂର୍ବରୁ ସେ ସେନା ଉପମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । କେନ୍ଦ୍ର ସରକାର ନୂତନ ସେନା ମୁଖ୍ୟଙ୍କ ନାମ ଏଯାଏଁ ଘୋଷଣା କରିନାହାନ୍ତି । ନୂଆ ସେନା ମୁଖ୍ୟଙ୍କ ନାମ ଘୋଷଣା ହୋଇନଥିବାରୁ ତାଙ୍କ ଅବଧି ବୃଦ୍ଧି କରାଯାଇଥିବା ଅନୁମାନ କରାଯାଉଛି । ପ୍ରକାଶ, ଜେନେରାଲ ପାଣ୍ଡେ ଏପ୍ରିଲ୍ ୩୦, ୨୦୨୨ରେ ସ୍ଥଳସେନାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking