30.1 C
Bhubaneswar
Tuesday, June 18, 2024
Homeଓଡିଶାକନେଷ୍ଟବଳଙ୍କୁ  ମାଡ : ଜଣେ ଗିରଫ

କନେଷ୍ଟବଳଙ୍କୁ  ମାଡ : ଜଣେ ଗିରଫ

ଲମତାପୁଟ : କନେଷ୍ଟବଳଙ୍କୁ ମାଡ ମାରି ଫେରାର ଥିବା ଅଭିଯୁକ୍ତ ଗିରଫ । ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ନନ୍ଦପୁର ଥାନା ପୋଲିସ । ବିଲାପୁଟ ଗାଁ ଶ୍ୱଶୁର ଘରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । କିନ୍ତୁ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ଏନେଇ ପୋଲିସର ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ ଗତ କାଲି ଥାନାରେ କନେଷ୍ଟବଳଙ୍କୁ ମାଡ ମାରି ଫେରାର ହୋଇଥିଲେ ୨ ଅଭିଯୁକ୍ତ । ଏହି ଦୁଇ ଅଭିଯୁକ୍ତଙ୍କୁ , ନାବାଳିକା ଅପହରଣ ମାମଲାରେ ଥାନାରେ ଅଟକ ରଖାଯାଇଥିଲା ।

ବିବରଣୀରୁ ପ୍ରକାଶ ଯେ କିଛିଦିନ ପୂର୍ବେ ଖିଳୁଆ ଗ୍ରାମର ମଦନ ଖେମୁଣ୍ଡଙ୍କ ନାବାଳିକା ଝିଅଙ୍କୁ ନନ୍ଦପୁର ଦଳିତ ସାହିର ଜଣେ ବିବାହିତ ଯୁବକ ଦ୍ୱିତୀୟ ସ୍ତ୍ରୀ ଭାବେ ରଖିବାକୁ ଅପହରଣ କରି ନେଇଯାଇଥିଲେ। ଏ ନେଇ ନାବାଳିକାଙ୍କର ପିତା ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଅଭିଯୁକ୍ତ ଉମେଶ ଗୁଣ୍ଠାଙ୍କୁ ଥାନାକୁ ଅଣାଯାଇଥିଲା। କିନ୍ତୁ କୌଶଳ କରି ସେ ଥାନାରୁ ଖସିଯାଇ ଚଂପଟ ମାରିଥିଲା। ତାଙ୍କୁ ଖୋଜି ଆଣିବାକୁ ନାକେଦମ୍ ହେବାକୁ ପଡ଼ିଥିଲା। ଅଭିଯୁକ୍ତକୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଅଭିଯୁକ୍ତର ମାମୁଁ ପତ୍ରପଣ୍ଡି ଗାଁର ଏସ କେ ସାଇନ୍ ଙ୍କୁ ଅଧିକ ପଚରା ଉଚରା ପାଇଁ ପୁଲିସ ନନ୍ଦପୁର ଥାନାକୁ ଆଣିଥିଲେ ଏବଂ ଥାନାରେ ଅଟକ ରଖିଥିଲେ। ସେହି ନିର୍ଦ୍ଦିଷ୍ଟ ସମୟରେ ଅନ୍ୟ କର୍ମଚାରୀମାନେ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଏବଂ କିଛି କର୍ମଚାରୀ ବାହାରକୁ ଯାଇଥିବାର ସୁଯୋଗ ନେଇ ଅଭିଯୁକ୍ତର ମାମୁଁ ହଠାତ୍ ଥାନାର ପରିସରରେ ଥିବା ଏକ ବନ୍ଧୁକ ଆଣି ବନ୍ଧୁକର ବଟ୍ ସହିତ ବାହାରେ ଜଗିଥିବା କନେଷ୍ଟବଳ ଭୂଷିତ ଟାକ୍ରିଙ୍କୁ ମୁଣ୍ଡରେ ମାଡ଼ ଦେଇଥିଲା ଏବଂ ଥାନା ଭିତରୁ ଧାଇଁ ପଳାଇଥିଲା। ଗତକାଲି ଫେରାର ଥିବା ଅଭିଯୁକ୍ତକୁ ଆଜି ସକାଳେ ପୁଲିସ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking