31.1 C
Bhubaneswar
Monday, May 6, 2024
Homeଓଡିଶାକାନପୁରା ଉଚ୍ଚ ବିଦ୍ୟାଳୟରେ ୧୪ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌, ୭ ଦିନ ପାଇଁ ସ୍କୁଲ ବନ୍ଦ

କାନପୁରା ଉଚ୍ଚ ବିଦ୍ୟାଳୟରେ ୧୪ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌, ୭ ଦିନ ପାଇଁ ସ୍କୁଲ ବନ୍ଦ

ଢଙ୍କାନାଳ : ଢଙ୍କାନାଳ ଜିଲ୍ଲା କାମାକ୍ଷାନଗର କାନପୁରା ଉଚ୍ଚ ବିଦ୍ୟାଳୟରେ ୧୪ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ । ଏଥିସହ ୪ ଜଣ ଶିକ୍ଷକ ଓ ଜଣେ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଘଟଣା ପରେ ୭ ଦିନ ପାଇଁ ସ୍କୁଲକୁ ବନ୍ଦ କରାଯାଇଛି । ୬ ଦିନ ପୂର୍ବେ ସ୍କୁଲର ୨ ଜଣ ଶିକ୍ଷକ କରୋନା ପଜିଟିଭ୍‌ ହେବା ପରେ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ଶିକ୍ଷକ ଓ ଜଣେ କର୍ମଚାରୀଙ୍କ ରିପୋର୍ଟ ପଜେଟିଭ୍‌ ଆସିଥିଲା । ପରେ ଦୁଇଟି ପର୍ଯ୍ୟାୟରେ ୩୪୦ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ଆଜି ରିପୋର୍ଟ ଆସିବା ପରେ ଜଣାପଡ଼ିଥିଲା ୧୪ ଛାତ୍ରଛାତ୍ରୀ କୋଭିଡ୍‌ ପଜେଟିଭ୍‌ । ସ୍କୁଲରେ ମୋଟ ୧୯ ଜଣଙ୍କ କରୋନାରେ ସଂକ୍ରମିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking