31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶବସ୍ ଉପରେ ଓଲଟି ପଡ଼ିଲା ଡମ୍ଫର; ୧୧ ଶ୍ରଦ୍ଧାଳୁ ମୃତ

ବସ୍ ଉପରେ ଓଲଟି ପଡ଼ିଲା ଡମ୍ଫର; ୧୧ ଶ୍ରଦ୍ଧାଳୁ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାହାଜାହାନପୁରରେ ଘଟିଯାଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୧ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ସେହିପରି ଏହି ଦୁର୍ଘଟଣାରେ ଆହତ ହୋଇଥିବା ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁସାରେ, ଶନିବାର ବିଳମ୍ବିତ ରାତିରେ ସୀତାପୁରରୁ ଶ୍ରଦ୍ଧାଳୁଙ୍କୁ ନେଇ ଏକ ବସ୍ ଉତ୍ତରାଖଣ୍ଡର ପୂର୍ଣ୍ଣାଗିରି ଅଭିମୁଖେ ବାହାରିଥିଲା । ତେବେ ଶାହାଜାହାନପୁର ପୁଲିସ ଷ୍ଟେସନ ଖୁଟର ଅଞ୍ଚଳର ଗୋଲା ବାଇପାସ୍ ରୋଡ୍‌ରେ ଅବସ୍ଥିତ ଏକ ଢ଼ାବା ନିକଟରେ ଏହି ବସ୍‌ଟି କିଛି ସମୟ ଅଟକି ରହିଥିବା ବେଳେ ପଛପଟୁ ଆସୁଥିବା ଏକ କଂକ୍ରିଟ୍ ବୋଝେଇ ଏକ ଡମ୍ଫର ହଠାତ୍ ନିୟନ୍ତ୍ରଣ ହରାଇ ପ୍ରଥମେ ବସ୍‌ଟିକୁ ଧକ୍କା ଦେଇଥିଲା । ଏହାପରେ ଡମ୍ଫରଟି ବସ୍ ଉପରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି । ତେବେ ଯେଉଁ କିଛି ଯାତ୍ରୀ ଢ଼ାବାରେ ଖାଦ୍ୟ ଖାଇବା ପାଇଁ ଓହ୍ଲାଇଥିଲେ ସେମାନେ ସମସ୍ତେ ସୁରକ୍ଷିତ ରହିଥିବା ବେଳେ ବସ୍‌ରେ ବସି ରହିଥିବା ଯାତ୍ରୀଙ୍କ ସହ ଏହି ଅଘଟଣ ଘଟିଯାଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‌ପି ଅଶୋକ କୁମାର ମୀନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking