28.1 C
Bhubaneswar
Saturday, April 27, 2024
Homeଓଡିଶାଲକ୍ ଡାଉନ୍ ସମସ୍ୟା : ବୌଦ୍ଧ ନବୋଦୟରେ ଅଟକି ରହିଛନ୍ତି ଝାଡଖଣ୍ଡ ରାଜ୍ୟର ୨୩ ଛାତ୍ରଛାତ୍ରୀ

ଲକ୍ ଡାଉନ୍ ସମସ୍ୟା : ବୌଦ୍ଧ ନବୋଦୟରେ ଅଟକି ରହିଛନ୍ତି ଝାଡଖଣ୍ଡ ରାଜ୍ୟର ୨୩ ଛାତ୍ରଛାତ୍ରୀ

ବୌଦ୍ଧ : ଲକଡାଉନ ଯୋଗୁଁ ସାରାଦେଶରେ ରେଳ ଓ ବିମାନ ସେବା ସହିତ ଯାନବାହାନ ଚଳାଚଳ ବନ୍ଦ ରହିଥିବାବେଳେ ରାଜ୍ୟ ଓ ଜିଲ୍ଲା ଗୁଡିକର ସୀମାକୁ ମଧ୍ୟ ସିଲ କରାଯାଇଛି । ଫଳରେ ରାଜ୍ୟ ବାହାରକୁ ବିଭିନ୍ନ କାର୍ଯ୍ୟରେ ଯାଇଥିବା ଲୋକଙ୍କ ସମେତ ବାହାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ଘରକୁ ଫେରିପାରୁନାହାନ୍ତି । ସେହପରି ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ସରକାର ଛୁଟି ଘୋଷଣା କରିଥିବାବେଳେ ଲକଡାଉନ ଯୋଗୁଁ ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଝାଡଖଣ୍ଡ ରାଜ୍ୟର ୨୩ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଘରକୁ ଫେରିପାରୁନଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ନବୋଦୟ ବିଦ୍ୟାଳୟର ଶିକ୍ଷାନିତି ଅନୁଯାୟୀ ନବମ ଶ୍ରେଣୀର ୩୦ ପ୍ରତିଶତ ଛାତ୍ରଛାତ୍ରୀ ବାହାର ରାଜ୍ୟର ନବୋଦୟ ବିଦ୍ୟାଳୟକୁ ବର୍ଷକ ପାଇଁ ଅଧ୍ୟୟନ ପାଇଁ ଯାଇଥାନ୍ତି । ଏହି ନିୟମ ଅନୁଯାୟୀ ବୌଦ୍ଧ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଝାରଖଣ୍ଡ ରାଜ୍ୟର ପାକୁର ନବୋଦୟ ବିଦ୍ୟାଳୟକୁ ଅଧ୍ୟୟନ ପାଇଁ ଯାଇଥିବାବେଳେ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଠାରେ ଅଧ୍ୟୟନ କରୁଥିଲେ । କିନ୍ତୁ ବୌଦ୍ଧର ଛାତ୍ରଛାତ୍ରୀମାନେ ଝାରଖଣ୍ଡରୁ ଫେରି ଛୁଟିରେ ନିଜ ଘରକୁ ଯାଇସାରିଥିବାବେଳେ ଏହି ଛାତ୍ରଛାତ୍ରୀମାନେ ଝାରଖଣ୍ଡ ଯିବା ପୂର୍ବରୁ ଲକଡାଉନ ଘୋଷଣା ହୋଇଯିବା ଯୋଗୁଁ ସେମାନେ ଫେରିପାରୁନଥିବା ପ୍ରକାଶ କରିଛନ୍ତି । ରେଳ ଚଳାଚଳ ସହିତ ରାଜ୍ୟର ସୀମା ସିଲ ହୋଇଥିବାରୁ ସେମାନେ ନିଜ ପରିବାର ନିକଟକୁ ଫେରିପାରୁନଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ବୌଦ୍ଧ ନବୋଦୟ ବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ସୁରେଶ କୁମାର ସାହୁଙ୍କୁ ପଚାରିବାରେ ଛାତ୍ରଛାତ୍ରୀମାନେ ଫେରିପାରିନଥିବା ଘଟଣାକୁ ସ୍ୱିକାର କରିବା ସହିତ ସେମାନଙ୍କ ଏଠାରେ ସଂପୁର୍ଣ୍ଣ ଯତ୍ନ ନିଆଯାଉଥିବା ପ୍ରକାଶ କରିଛନ୍ତି । ଅଟକି ରହିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଇଣ୍ଡୋର ଗେମ ସହିତ ସେମାନଙ୍କ ସ୍ୱଛତା,ଅଧ୍ୟୟନ,ଖାଇବା ସଂପର୍କରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଏହାବ୍ୟତୀତ ବିଦ୍ୟାଳୟର ୨୬ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବାବେଳେ ସେମାନେ ମଧ୍ୟ ଲକଡାଉନ ଯୋଗୁଁ ଛୁଟିରେ ଘରକୁ ଫେରିପାରୁନଥିବା ସେ ପ୍ରକାଶ କରିଛନ୍ତି । ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସମସ୍ୟା ନଥିଲେ ମଧ୍ୟ ଛୁଟିରେ ସେମାନେ ପରିବାର ନିକଟକୁ ଫେରିବାକୁ ଇଛା ପ୍ରକାଶ କରୁଛନ୍ତି । ତେଣୁ ଓଡ଼ିଶା ସରକାର ଝାଡଖଣ୍ଡ ସରକାରଙ୍କ ସହିତ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କ ତୁରନ୍ତ ଘରକୁ ଫେରିବା ବ୍ୟବସ୍ଥା କରିଦେଲେ ସେମାନେ ନିଜ ପରିବାର ସହିତ ଛୁଟି କଟାଇପାରନ୍ତେ ବୋଲି ଶ୍ରୀସାହୁ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking