33.1 C
Bhubaneswar
Saturday, April 27, 2024
Homeଓଡିଶାଅସହାୟଙ୍କ ସାହାରା ପାଲଟିଛନ୍ତି ସିଆରପିଏଫ ଯବାନ

ଅସହାୟଙ୍କ ସାହାରା ପାଲଟିଛନ୍ତି ସିଆରପିଏଫ ଯବାନ

ରାୟଗଡା : ଲକ ଡାଉନ ପରିସ୍ଥିତିରେ ସୀମାନ୍ତ ଅଂଚଳ ଗୁଡିକରେ କଡ଼ା ପହରା ଦେବା ସହ ଅସହାୟଙ୍କ ପାଇଁ ସାହାରା ପାଲଟିଛନ୍ତି ସିଆରପିଏଫ ଯବାନମାନେ । ରାୟଗଡା ଜିଲ୍ଲାରେ ଥିବା ସମସ୍ତ ସିଆରପିଏଫ କ୍ୟାମ୍ପ ନିଜ ନିଜ ଅଂଚଳରେ ଥିବା ଅସହାୟଙ୍କମାନଙ୍କ ନିମନ୍ତେ ସହାୟତାର ହାତ ବଢାଇଛି । ତେବେ ରାୟଗଡ଼ା ସହରର ଥିବା ସିଆରପିଏଫର ୪ର୍ଥ ବାଟାଲିୟନର ଯବାନମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ସିଆରପିଏଫର ସେବା ପାଣ୍ଠିକୁ ଯବାନମାନେ ବର୍ତମାନ ସୁଦ୍ଧା ୨ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଯାହାଦ୍ୱାରା ସହରରେ ଥିବା ଗରୀବ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଉଛି । ପ୍ରତିଦିନ ୧୦୦ ରୁ ଅଧିକ ପରିବାରଙ୍କୁ ଯବାନମାନେ ବୁଲି ବୁଲି ରନ୍ଧା ଖାଦ୍ୟ ସହ ଦହି ଓ ପାନୀୟ ଜଳ ବଂଟନ କରୁଛନ୍ତି । ସହରର ଥିବା ରେଲବାଇ ଷ୍ଟେସନ, ଗାୟତ୍ରୀ ନଗର, ମାଙ୍କଡଝୋଲା, ଗାୟତ୍ରୀ ନଗର ପଛ ସାହି, ଅରବିନ୍ଦ ନଗର, ଘାସି ସାହି, ଫରେଷ୍ଟ କଲୋନୀ ଓ ରାସ୍ତା କଡରେ ଥିବା ଅସହାୟ ଲୋକଙ୍କୁ ଖାଦ୍ୟ ବଂଟନ କରୁଛନ୍ତି । ଏଥି ସହ ଇନ୍ଦିରା ନଗର ନାଗାବଳୀ ନଦୀ ପାଖରେ ଥିବା ୪୦ଟି ପରିବାରଙ୍କ୍‌ୁ ସିଆରପିଏଫ ତରଫରୁ ଚାଉଳ, ଡାଲି, ତେଲ, ଲୁଣ, ଗୁଡ, ଚୁଡା, ଆଳୁ, ପିଆଜ ଇତ୍ୟାଦି ବଂଟନ କରାଯାଇଛି । ସିଆରପିଏଫ ୪ର୍ଥ ବାଟାଲିୟନର କମାଣ୍ଡେଟ ଯୋଗେନ୍ଦର କୁମାର ରାଜପୁତଙ୍କତ୍ତତତ୍ୱାବଧାନରେ ଏହି ରିଲିଫ କାର୍ଯ୍ୟ ଜାରି ରହିଥିବା ନେଇ ଲୋକ ସଂପର୍କ ଅଧିକାରୀ ସରୋଜ କାନ୍ତ ମହାନ୍ତି ପ୍ରକାଶ କରିଛନ୍ତି । ସିଆରପିଏଫ ଜବାନମାନଙ୍କ ଏହି ପରି ମହତ କାର୍ଯ୍ୟ ପାଇଁ ରାୟଗଡା ଜନସାଧାରଣ ଯବାନମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking