38.8 C
Bhubaneswar
Friday, April 19, 2024
Homeଓଡିଶାଲକ୍ ଡାଉନ୍ ସମସ୍ୟା : ଜୀବିକା ହରାଇଲେଣି କୁମ୍ଭକାର

ଲକ୍ ଡାଉନ୍ ସମସ୍ୟା : ଜୀବିକା ହରାଇଲେଣି କୁମ୍ଭକାର

ମାଲକାନଗିରି : କୁମ୍ଭକାରମାନେ ସାରା ବର୍ଷ ପରିଶ୍ରମ କରି ନିଜର ପାରମ୍ପରିକ କଳାକୁ ବଜାୟ ରଖି ବିଭିନ୍ନ ମାଟି ତିଆରି ସରଞ୍ଜାମ ନିର୍ମାଣ କରି ପ୍ରସ୍ତୁତ କରି ବିକ୍ରି କରିଥାନ୍ତି । କିନ୍ତୁ କରୋନା ଯୋଗୁଁ ସାରାଦେଶରେ ଲକଡାଉନ ଘୋଷଣା ଫଳରେ କେହି ଘରୁ ବାହାରୁ ନଥିବାରୁ ମାଟି ସାମଗ୍ରୀର ଚାହିଦା ହ୍ରାସ ପାଇଛି । ତେଣୁ ସାମଗ୍ରୀ ବିକ୍ରି ହୋଇପାରୁନାହିଁ । ଫଳରେ ପରିବାର ଭୋରଣ ପୋଷଣରେ ସମସ୍ୟା ସୃଷ୍ଟି ହୋଇଛି । ଏହାକୁ ନେଇ ଚିନ୍ତାରେ ଅଛନ୍ତି , ମାଲକାନଗିରି ସଦର ବ୍ଲକର କୁମ୍ଭାରଗୁଡା ଗ୍ରାମର କୁମ୍ଭକାର ପରିବାର ।
ପାଣ୍ଡ୍ରିପାଣି ପଂଚାୟତ କୁମ୍ଭାରଗୁଡା ଗ୍ରାମରେ ବସାବାସ କରନ୍ତି , ୨୭ଟି କୁମ୍ଭକାର ପରିବାର । ବର୍ତମାନ ମଧ୍ୟ ମାଟି ସାମଗ୍ରୀର ଚାହିଦା ରହିଥିବା ସହ ଗ୍ରୀଷ୍ମ ଋତୁ ପୂର୍ବରୁ ଏହାର ଚାହିଦାକୁ ଦେଖି ବହୁ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ପ୍ରତ୍ୟେକ ଦେବାଦେବୀଙ୍କ ଶୁଭ କାର୍ଯ୍ୟ, ବିବାହ ବ୍ରତ, ଦଶାହ କାର୍ଯ୍ୟରେ ମାଟି ହାଣ୍ଡିଠାରୁ ଦୀପ, କୁମ୍ଭ, ଖାଦ୍ୟ ସାମଗ୍ରୀ ରାନ୍ଧିବା ପାଇଁ ପାତ୍ର ଚାହିଦା ଥିବାରୁ ଏହି ସମସ୍ତ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ବିଶେଷ କରି ଗ୍ରୀଷ୍ମ ଋତୁରେ ଏହି ମାଟି ପାତ୍ର ଗୁଡିକର ଚାହିଦା ବୃଦ୍ଧି ସହ ସରକାରୀ ବେସରକାରୀ ସଂସ୍ଥାମାନେ ମାଟି ହାଣ୍ଡି କିଣି ବିିଭିନ୍ନ ସ୍ଥାନରେ ରଖି ଶୁଦ୍ଧ ପାନୀୟ ଜଳ ପଥିକମାନଙ୍କୁ ଯୋଗାଇଥାନ୍ତି । ତେଣୁ ଗ୍ରୀଷ୍ମ ଋତୁରେ କୁମ୍ଭକାରମାନେ ନିଜ ଜିନିଷ ବିକ୍ରି କରି ବେଶ୍ ଲାଭବାନ ହୋଇଥାନ୍ତି ଓ ବର୍ଷ ତମାମ ପରିବାର ଭୋରଣ ପୋଷଣ କରିଥାନ୍ତି । ଏହାକୁ ଦୈନିକ ବଜାର, ସାପ୍ତାହିକ ହାଟ ଏବଂ ଗ୍ରାମ ଗ୍ରାମ ବୁଲି ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ କରୋନା ଭୂତାଣୁ ସାରା ବିଶ୍ୱରେ ବ୍ୟାପିଥିବା ବେଳେ ଏଥିରୁ ଆମ ରାଜ୍ୟ ଏବଂ ମାଲକାନଗିରି ଜିଲ୍ଲା ବାଦ୍ ପଡିନାହିଁ । ଗତମାସ ୨୪ ତାରିଖ ମଧ୍ୟ ରାତ୍ରିଠାରୁ ଆମ ଦେଶରେ ଲକଡାଉନ୍ ଘୋଷଣା ପରେ ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ ହୋଇ ଯିବା ସହ ଚଳିତ ବର୍ଷ କୌଣସି ବ୍ୟକ୍ତି ଘରୁ ବାହାରୁ ନଥିବା ଏବଂ ମାଟିପାତ୍ର ବିକ୍ରି ହୋଇପାରୁନାହିଁ । ଯାହାଫଳରେ କୁମ୍ଭକାରମାନେ ଚିନ୍ତାରେ ପଡିବା ସହ ବହୁ କଷ୍ଟରେ ଦିନ କାଟୁଥିବା ଦେଖିବାକୁ ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking