30.1 C
Bhubaneswar
Friday, April 26, 2024
Homeଓଡିଶାଚାଲିଚାଲି ଘରକୁ ଫେରୁଥିବା ୨୨ ଜଣ ଶ୍ରମିକଙ୍କୁ ଉଦ୍ଧାରକଲା ପୁଲିସ

ଚାଲିଚାଲି ଘରକୁ ଫେରୁଥିବା ୨୨ ଜଣ ଶ୍ରମିକଙ୍କୁ ଉଦ୍ଧାରକଲା ପୁଲିସ

ଝାରସୁଗୁଡା : କରୋନା ସଂକ୍ରମଣରୁ ଦେଶକୁ ରକ୍ଷା କରିବା ପାଇଁ ସରକାର ଲକଡାଉନକୁ ମେ’ ୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଲକ୍ ଡାଉନ ଅବଧି ବୃଦ୍ଧି ପାଇଥିବାରୁ ଶ୍ରମିକମାନେ କାମ ଓ ଖାଇବା ନ ମିଳିବା ଭୟରେ ଘରମୁହାଁ ହେଉଛନ୍ତି । ବସ, ଟ୍ରେନ ଆଦି ଚଳାଚଳ ବନ୍ଦ ଥିବାରୁ ସେମାନେ ଚାଲିଚାଲି ଘରକୁ ଫେରୁଛନ୍ତି । ଏହିପରି ଚାଲିଚାଲି ଘରକୁ ଫେରୁଥିବା ୨୨ ଜଣ ଶ୍ରମିକଙ୍କୁ ଝାରସୁଗୁଡା ପୁଲିସ ଉଦ୍ଧାର କରି ଖାଇବା ପ୍ରଦାନ କରାଇବା ସହ ଥଇଥାନ କରାଇଛି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ମଧ୍ୟରୁ ଚାରିଜଣ ସୁଦୂର ତେଲେଙ୍ଗାନା ଏନଏଡ଼ି ନାମକ ସ୍ଥାନରୁ ଚାଲି କରି ଝାଡ଼ଖଣ୍ଡ ସ୍ଥିତ ପଲାମୁକୁ ଫେରୁଥିବା ବେଳେ ବିଜୁ ଏକ୍ସପ୍ରେସ ୱରେ ଝାରସୁଗୁଡ଼ା ବାଇପାସ ଠାରେ ବିଟିଏମ୍ ଫାଣ୍ଡି ପୁଲିସ ସେମନାଙ୍କୁ ଉଦ୍ଧାର କରିଥିଲା । ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ରହି ଚିଲିକାରେ ମାଛଧରୁଥିବା ୭ ମତ୍ସ୍ୟଜୀବୀ ମଧ୍ୟ ଚାଲି ଚାଲି ସୁନ୍ଦରଗଡ଼ ହେମଗିର ନିକଟସ୍ଥ ନାକାଡେରାକୁ ଯାଉଥିବାବେଳେ ପୁଲିସ ଦ୍ୱାରା ଉଦ୍ଧାର ହୋଇଛନ୍ତି । ସେହିପରି ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ଫେରୁଥିବା ୧୧ ଜଣ ଶ୍ରମିକକୁ ଆଜି ପୁଲିସ ଉଦ୍ଧାର କରିଛି । ଏହି ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ କଣ୍ଟାପାଲି ଓ ଝାରସୁଗୁଡାସ୍ଥିତ ଗଙ୍ଗାଧର କଲ୍ୟାଣ ମଣ୍ଡପରେ ଥଇଥାନ କରାଯିବାସହ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହାସହ ଲକ ଡାଉନ ଅବଧି ଶେଷ ହେଲା ପରେ ସେମାନଙ୍କୁ ନିଜ ଘରକୁ ଯିବାର ଅନୁମତି ଦିଆଯିବ ବୋଲି ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking