34.1 C
Bhubaneswar
Friday, March 29, 2024
Homeଓଡିଶାଦରମା ନ ମିଳିଲେ ଆତ୍ମହତ୍ୟାର ଧମକ ଦେଲେ ନୀଳାଚଳ କର୍ମଚାରୀ

ଦରମା ନ ମିଳିଲେ ଆତ୍ମହତ୍ୟାର ଧମକ ଦେଲେ ନୀଳାଚଳ କର୍ମଚାରୀ

ଯାଜପୁର(ଅଭିମନ୍ୟୁ ମିଶ୍ର) : ନୀଳାଚଳ ମିଳିତ ମଞ୍ଚ ତରଫରୁ ଏକ ପ୍ରତିନିଧି ଦଳ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନୀଳାଚଳର ସ୍ଥାୟୀ ଓ ଠିକା କର୍ମଚାରଙ୍କ ବକୟା ଦରମା ତୁରନ୍ତ ଦେବାକୁ ଅନୁରୋଧ କରିବା ସହ ଚେତାଵନୀ ମୂଳକ ଦାବିପତ୍ର ଦେଇଛନ୍ତି। ତୁରନ୍ତ ଦରମା ନମିଳିଲେ କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇବେ ଏବଂ ଆତ୍ମହତ୍ୟା କରିବାକୁ ପଛେଇବେ ନାହିଁ ବୋଲି ସୂଚନା ଦେଇଛନ୍ତି ।
ମହାମାରୀ କରୋନାର ଲକଡାଉନରେ ଯାଜପୁର ଜିଲ୍ଲାର ଇସ୍ପାତ ରାଜଧାନୀ କଳିଙ୍ଗନଗର ତିନୋଟି କାରଖାନା ଆଂଶିକ ଚାଲିଥିବା ବେଳେ ଅନ୍ୟ କାରଖାନାଗୁଡିକ ବନ୍ଦ ରହିଛି ।କର୍ମଚାରୀମାନେ ଦରମା ନପାଇ ଅଭାବ ଅନାଟନରେ ଦିନ କାଟୁଛନ୍ତି।ଛଟେଇ ନକରିବା ଏବଂ ଦରମା ନକାଟିବାକୁ ଶ୍ରମମନ୍ତ୍ରଳାୟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାରଖାନା କର୍ତ୍ତୃପକ୍ଷ ମନୁନାହାନ୍ତି । ନୀଳାଚଳ ମିଳିତ ମଞ୍ଚର ଆବାହକ ଶ୍ରମିକନେତା ରଞ୍ଜନ ନାୟକ ଏଦିଗରେ ଦୃଢ ହସ୍ତକ୍ଷେପ ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇ ଅନୁରୋଧ କରିଛନ୍ତି ।କଳିଙ୍ଗନଗର ଅଧିକାଂଶ କାରଖାନା ଲକଡାଉନ ଯୋଗୁଁ ବନ୍ଦ ହୋଇଥିବାବେଳେ ନୀଳାଚଳ ଇସ୍ପାତକୁ କୋଇଲା ନମିଳିବା କାରଣ ଦର୍ଶାଇ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରି ସମ୍ପୂର୍ଣ୍ଣ ଅଚଳ କରିଦିଆଯାଇଛି। ଏଭଳି ସଙ୍କଟମୟ ପରିସ୍ଥିତିରେ ଜିଲାପାଳଙ୍କ ନିୟମକୁ ଅଣଦେଖା କରି କରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରି ୧୦୦୦କୋଟିର ଟଙ୍କାର କ୍ଷତି ଘଟାଇ ଦରମା ନଦେବା ବେଆଇନ ଓ ଷଡ଼ଯନ୍ତ୍ର ଅଟେ। ନୀଳାଚଳ ମିଲିତ ମଞ୍ଚ ତରଫରୁ କର୍ମଚାରୀଙ୍କ ୨ ମାସର ବକୟା ଦରମା ପଦାନ ସହିତ ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି ।ଠିକା କର୍ମଚାରୀଙ୍କ ଗେଟ ପାସ ନବିକରଣ ଏବଂ ସମସ୍ତ କର୍ମଚାରୀଙ୍କ ବକୟା ୨ମାସର ଦରମା ପାଇଁ ଜିଲ୍ଲାପାଳ , ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ମିଳିତ ମଞ୍ଚ ତରଫରୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କାର୍ଯ୍ୟକରି ହୋଇନାହିଁ । ବାକି ଥିବା ଦରମା ଓ ଭତ୍ତା ତୁରନ୍ତ ନମିଳିଲେ ସମସ୍ତ କର୍ମଚାରୀ ବାଧ୍ୟହୋଇ କରଖାନାକୁ ଘେରାଉ କରିବା ସହ ଗଛିତ ଉତ୍ପାଦନକୁ ବିକ୍ରି କରିବାକୁ ଦିଆଯିବ ନାହିଁ ବୋଲି ମିଳିତ ମଞ୍ଚ ତରଫରୁ ଚେତାଵନୀ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ଉକ୍ତ ବିଷୟକୁ ବିଚରକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଜପୁର ଜିଲ୍ଲାର ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking