28.1 C
Bhubaneswar
Saturday, April 27, 2024
Homeଓଡିଶାବାହା ହେବାକୁ ଆସିଲେନି ବିଧାୟକ !

ବାହା ହେବାକୁ ଆସିଲେନି ବିଧାୟକ !

ତିର୍ତ୍ତୋଲ : ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ପ୍ରେମିକା । ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ପ୍ରେମିକାଙ୍କ ବଡ ଅଭିଯୋଗ । ବିବାହ ପାଇଁ କୋର୍ଟକୁ ଆସିବାକୁ କହି ବିଜୟ ଆସି ନଥିବା ଅଭିଯୋଗ । ଗତ ମାସ ୧୭ ରେ ବିଜୟ ଓ ତାଙ୍କ ପ୍ରେମିକା ବିବାହ ଆବେଦନ କରିଥିଲେ ।ସବ୍ ରେଜିଷ୍ଟ୍ରି ଅଫିସରେ ଉଭୟ ବିବାହ ପଞ୍ଜୀକରଣ ଆବେଦନ କରିଥିଲେ । ଆବେଦନର ମାସକ ପରେ ଆଜି ପଞ୍ଜୀକରଣ ପାଇଁ ପହଞ୍ଚିଥିଲେ ପ୍ରେମିକା । ତେବେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ବି ଆସି ନ ଥିଲେ ବିଧାୟକ । ବିଧାୟକ ନ ଆସିବାରୁ ବାଧ୍ୟ ହୋଇ ଫେରି ଯାଇଥିଲେ ପ୍ରେମିକା । ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ରଖିନଥିବା ଅଭିଯୋଗ କରିଛନ୍ତି ପ୍ରେମିକା । ତାଙ୍କୁ କେହି ଅପହରଣ କରିଥିବା କିମ୍ବା ସେ ଚିଟିଂ କରିଥିବା ନେଇ କହିଲେ ପ୍ରେମିକା । ତାଙ୍କ ନାଁ ରେ ପୂର୍ବରୁ ଦେଇଥିବା ମାମଲା ଏବେବି ଚାଲୁ ରହିବା ନେଇ କହିଲେ ପ୍ରେମିକା । ସେପଟେ ପ୍ରେମିକାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ବିଜୟ ଶଙ୍କର । ଆଜିକୁ ୩୦ ଦିନ ହେଲା , ୯୦ ଦିନ ମଧ୍ୟରେ ବିବାହ କରିବା ନେଇ କହିଲେ ବିଧାୟକ । ଆହୁରି ୬୦ ଦିନ ମଧ୍ୟ ବାକି ରହିଛି । ଆଜି ବିବାହ ପଞ୍ଜୀକରଣ ନେଇ ମୋତେ କେହି କିଛି କହିନାହାନ୍ତି ବୋଲି କହିଛନ୍ତି ବିଧାୟକ ବିଜୟ ଶଙ୍କର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking