29.1 C
Bhubaneswar
Tuesday, May 7, 2024
Homeମନୋରଞ୍ଜନଅଭିନେତ୍ରୀ ସାଇ ପଲ୍ଲବୀଙ୍କ ବିରୋଧରେ ମାମଲା ରୁଜୁ

ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ବିରୋଧରେ ମାମଲା ରୁଜୁ

ହାଇଦ୍ରାବାଦ : ବିବାଦୀୟ ବୟାନ ପାଇଁ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବଜରଙ୍ଗ ଦଳ ପକ୍ଷରୁ ସୁଲତାନ ବଜାର ଥାନାରେ ଏହି ମାମଲା ରୁଜୁ କରାଯାଇଛି ।ଗ୍ରେଟ୍ ଆନ୍ଧ୍ର ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ସେ କାଶ୍ମୀର ପଣ୍ଡିତଙ୍କ ହତ୍ୟା ଓ ଗୋ-ଚାଲାଣ ନାମରେ ହେଉଥିବା ହତ୍ୟାର ତୁଳନା କରିଥିଲେ । ସେ କହିଥିଲେ ଯେ ଦି କାଶ୍ମୀର ଫାଇଲ୍ସ ଫିଲ୍ମରେ ସେହି ସମୟରେ ଘଟିଥିବା କାଶ୍ମୀର ପଣ୍ଡିତଙ୍କ ହତ୍ୟା ଘଟଣାକୁ ପ୍ରଦର୍ଶିତ କରାଯାଇଛି । ଯଦି ଧାର୍ମିକ ସଂଘର୍ଷ କଥା କହିବେ ତେବେ କୋଭିଡ-୧୯ ସମୟରେ ମୁଁ କିଛି ଖବର ପଢ଼ିଥିଲି । ଯେଉଁଥିରେ ଗାଈ ନେଇ ଯାଉଥିବା ଜଣେ ମୁସଲିମ ଡ୍ରାଇଭରଙ୍କୁ ଜୟ ଶ୍ରୀରାମ ନାରା ଦେଉଥିବା କିଛି ଗୋ-ସୁରକ୍ଷା କର୍ମୀ ପିଟି ପିଟି ହତ୍ୟା କରିଥିଲେ। ସେତେବେଳେ ଯାହା ଘଟିଥିଲା ଏବଂ ବର୍ତ୍ତମାନ ଯାହା ଘଟୁଛି ସେଥିରେ ଫରକ୍ କ’ଣ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking