31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସମୁଦ୍ରକୁ ଓହ୍ଲାଇଲା ଚୀନର ୩ୟ ବିମାନବାହୀ ଯୁଦ୍ଧପୋତ

ସମୁଦ୍ରକୁ ଓହ୍ଲାଇଲା ଚୀନର ୩ୟ ବିମାନବାହୀ ଯୁଦ୍ଧପୋତ

ବେଜିଂ : ଚୀନ ଦ୍ରୁତ ଗତିରେ ନିଜର ନୌସେନାର ଅଧୁନିକୀକରଣ କରିଚାଲିଛି । ବିଶେଷକରି ବିଶ୍ବର ସବୁଠାରୁ ଶକ୍ତିଶାଳୀ ନୌସେନା ଆମେରିକାକୁ ଟକ୍କର ଦେବାକୁ ଚୀନ ଉଦ୍ୟମ ଚଳାଇଛି । ଶୁକ୍ରବାରଦିନ ଚୀନ ନୌସେନା ନିଜର ୩ୟ ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର)ର ଜଳାବତରଣ କରିଛି । ଏହାର ନାଁ ରଖାଯାଇଛି ଫୁଜିଆନ୍ । ଚୀନର ବୃହତ୍ତମ ସହର ସାଂଘାଇଠାରେ ଏହାର ଜଳାବତରଣ କରାଯାଇଛି । ଚୀନର ଏହା ୩ୟ ବିମାନବାହୀ ଯୁଦ୍ଧପୋତ ହୋଇଥିବା ବେଳେ ଚୀନରେ ନିର୍ମିତ ୨ୟ ବିମାନବାହୀ ଯୁଦ୍ଧପୋତ । ‘ଫୁଜିଆନ୍’କୁ ଚୀନର ସବୁଠାରୁ ଅତ୍ୟାଧୁନିକ ବିମାନବାହୀ ଯୁଦ୍ଧପୋତ ବୋଲି କୁହାଯାଉଛି ଓ ଏହାକୁ ଚୀନର ରାଷ୍ଟ୍ରାୟତ୍ତ କମ୍ପାନି ଚାଇନା ଷ୍ଟେଟ୍ ସିପବିଲଡିଂ କର୍ପୋରେସନ (ସିଏସଏସସି) ପକ୍ଷରୁ ନିର୍ମାଣ କରାଯାଇଛି । ଚୀନର ପ୍ରଥମ ବିମାନବାହୀ ଯୁଦ୍ଧପୋତ ହେଉଛି ସୋଭିଏତ ରୁଷ ନିର୍ମିତ ଲିଆଓନିଂ । ୨ୟ ଯୁଦ୍ଧପୋତର ନାଁ ହେଉଛି ସାଙ୍ଗଡଙ୍ଗ । ଏହାକୁ ମଧ୍ୟ ସୋଭିଏତ ପ୍ରଯୁକ୍ତି ଓ ଡିଜାଇନ ବ୍ୟବହାର କରି ନିର୍ମାଣ କରାଯାଇଥିଲା । କିନ୍ତୁ ୩ୟ ଯୁଦ୍ଧପୋତଟି ସଂପୂର୍ଣ୍ଣ ଭାରେ ଚୀନ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking