28.1 C
Bhubaneswar
Saturday, April 27, 2024
Homeଓଡିଶାମୁଣ୍ଡରେ ବଢୁଛି ଅସ୍ୱାଭାବିକ ମାଂସ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ମୁଣ୍ଡରେ ବଢୁଛି ଅସ୍ୱାଭାବିକ ମାଂସ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

କନ୍ଧମାଳ: ଅସ୍ୱାଭାବିକ ଭାବେ ମୁଣ୍ଡରେ ବୃଦ୍ଧି ପାଉଛି ମାଂସ । ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ସୁଡ଼ୁରୁକୁମ୍ପା ପଞ୍ଚାୟତର ଟିକିରିପଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ସ୍ତ୍ରୀ ଗୀତାଞ୍ଜଳି  ବେହେରା (୨୨) ଓ ୩ ବର୍ଷର ଝିଅକୁ ନେଇ ନୀଳାଞ୍ଚଳ ବେହେରାଙ୍କ ସଂସାର । ମୂଲମଜୁରୀ କରି ନୀଳାଞ୍ଚଳ ଚଳିଯାଉଥିବାବେଳେ ସଂସାର ବେଶ୍ ହସଖୁସିରେ ଚାଲିଥିଲା । କିଛିଦିନ ତଳେ ଗୀତାଞ୍ଜଳିଙ୍କ ମୁଣ୍ଡର ପଛଭାଗରୁ କିଛି ପାଣି ବାହାରିଥିଲା। ତାହା ଦିନକୁ ଦିନ ଅଧିକ ହୋଇ ସେଠାରେ ଏକ ଛୋଟିଆ ମାଂସ ପିଣ୍ଡୁଳା ଦେଖାଦେଇଥିଲା । ତାହା ଏବେ ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଛି । ଏନେଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସା କରାଇଥିଲେ । କିନ୍ତୁ ତାହା କମିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ହେବାରୁ ତାଙ୍କୁ ଡାକ୍ତର ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦେଇଥିଲେ । ନୀଳାଞ୍ଚଳ ଜଣେ ଗରୀବ ଓ ଆର୍ଥିକ ଅଭାବରୁ  ଏଭଳି ଜଟିଳ ଚିକିତ୍ସା କରିବାକୁ ସମ୍ଭବ ହୋଇନଥିଲା ।

ଆର୍ଥିକ ସହଯୋଗ ପାଇଁ ଗତ ଦିନରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ କରୋନା ଯୋଗୁଁ ଲକ୍‌ଡ଼ାଉନ୍ ଓ ସଟ୍ ଡ଼ାଉନ୍ ଭଳି ସେ ଆଉ ବ୍ରହ୍ମପୁର ଯାଇ ପାରିନଥିଲେ । ବର୍ତ୍ତମାନ ଯେଉଁଭଳି ଭାବେ ମୁଣ୍ଡରେ ମାଂସ ପିଣ୍ଡୁଳା ବୃଦ୍ଧି ପାଉଛି, ତାକୁ ଯେ କେହି ଦେଖିଲେ  ଭୟ ହେଉଛି ବୋଲି କହୁଥିବା ଗୀତାଞ୍ଜଳି କହୁଛନ୍ତି । ଗୋଟିଏ ପଟେ ଗୀତାଳଞ୍ଜଳିଙ୍କ ଏଭଳି ସ୍ଥିତି ହୋଇଥିବା ବେଳେ ସାହି ପଡ଼ିଶାଙ୍କ ଟୁପୁରୁ ଟାପର କଥାକୁ ସହିନପାରି କିଛିଦିନ ହେଲା ଗୀତାଞ୍ଜଳି ଓ ତାଙ୍କ ସ୍ୱାମୀ ଓ ୩ ବର୍ଷର ଝିଅ ଫୁଲବାଣୀ  ଆଇ.ଟି.ଆଇ ନିକଟସ୍ଥ ଗୌଡ଼ପଡ଼ାରେ ଗୀତାଞ୍ଜଳିଙ୍କ ବାପାଙ୍କ ଘରେ ଆଶ୍ରୟ ନେଇଛନ୍ତି । ଗୀତାଞ୍ଜଳିଙ୍କ ବାପା ଶ୍ୟାମଘନ ପ୍ରଧାନ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ନିଜ ଝିଅର ଏଭଳି ଅବସ୍ଥାରେ ସରକାରୀ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇଲେ ଝିଅର ଚିକିତ୍ସା କରିପାରିବେ ବୋଲି କୋହଭରା କଣ୍ଠରେ କହିଛନ୍ତି । ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ମଧ୍ୟ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking