32.1 C
Bhubaneswar
Thursday, March 28, 2024
Homeଓଡିଶାଟିକା ନ ନେଲେ  ମିଳିବନି ସରକାରୀ ସୁବିଧା

ଟିକା ନ ନେଲେ  ମିଳିବନି ସରକାରୀ ସୁବିଧା

ଭୁବନେଶ୍ୱର : ଓଡ଼ିଶା କୋଭିଟ୍ ଟିକାକରଣ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି । ଓଡ଼ିଶା ଟିକାକରଣ କ୍ଷେତ୍ରରେ ଜାତୀୟସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫%ରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ ଟିକା ନେଇସାରିଥିଲେ ହେଁ ଆହୁରି ଅନେକ ସ୍ୱାସ୍ଥ୍ୟ କର୍ମୀ ଟିକା ନେବାରୁ ବଞ୍ଚିତ ଅଛନ୍ତି । ଏହାବ୍ୟତୀତ ରାଜ୍ୟରେ ବର୍ତ୍ତମାନ ସ୍ୱାସ୍ଥ୍ୟକର୍ମୀଙ୍କ ଛଡ଼ା ସମ୍ମୁଖ ଯୋଦ୍ଧାମାନେ ମଧ୍ୟ ଟିକା ନେଉଛନ୍ତି । ହେଲେ ଆଉ କେତେକ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନେ ଟିକା ନେବାକୁ ରେଜିଷ୍ଟ୍ରେସନ୍ କରି ମଧ୍ୟ ଟିକା ଦେବାକୁ ଆସୁନାହାନ୍ତି । ସେମାନଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି ସ୍ୱାସ୍ଥ୍ୟ ବିଭାଗ । ଟିକା ନେବା ଲାଗି ପଞ୍ଜିକୃତ ହୋଇଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପୁଣି କରୋନା ଟିକା ଦେବାକୁ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର ।
ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ, ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମୁନିସିପାଲ କମିଶନ୍‌ରଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି । ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ ନାମ ପଞ୍ଜିକରଣ କରି କୌଣସି ଗୁରୁତ୍ୱପୂର୍ଣ୍ଣ କାରଣ ନ ଦର୍ଶାଇ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଶେଷ କରିବାକୁ କହିଛନ୍ତି । କୌଣସି କାରଣ ନଥାଇ ଟିକା ନ ନେଇଥିବା ସ୍ୱାସ୍ଥ୍ୟ କର୍ମୀ ବା ସମ୍ମୁଖ ଯୋଦ୍ଧା ସଂକ୍ରମିତ ହେଲେ ତାଙ୍କୁ କୌଣସି ସରକାରୀ ସୁବିଧା ମିଳିବ ନାହିଁ । ଏପରିକି ମାଗଣା ଚିକିତ୍ସା, ମୃତ୍ୟୁରେ ଆର୍ଥିକ ସହାୟତା ଇତ୍ୟାଦି ସରକାରୀ ସୁବିଧାରୁ ବଞ୍ଚିତ ହେବେ । ରାଜ୍ୟ ସରକାର ବାରମ୍ବାର ଟିକା ଦେବା ଳାଗି ସୂଚିତ କରାଯିବା ପରେ ମଧ୍ୟ ପଞ୍ଜିକୃତ କିଛି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ନେଇ ନାହାନ୍ତି । ତେଣୁ ସେମାନଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking