27.1 C
Bhubaneswar
Friday, March 29, 2024
Homeଓଡିଶାଆଗକୁ ମାଟ୍ରିକ ପରୀକ୍ଷା : ଉପାନ୍ତ ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ନଥିଲେ ସୋଲାର ହେବ ବିକଳ୍ପ

ଆଗକୁ ମାଟ୍ରିକ ପରୀକ୍ଷା : ଉପାନ୍ତ ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ନଥିଲେ ସୋଲାର ହେବ ବିକଳ୍ପ

ଭୁବନେଶ୍ୱର :   ଆଗକୁ  ମାଟ୍ରିକ ପରୀକ୍ଷା । ଏନେଇ ରାଜ୍ୟର ସବୁ ପରୀକ୍ଷାକେନ୍ଦ୍ର  ଅନୁଧ୍ୟାନ କରି ମାର୍ଚ୍ଚ ଶେଷ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ତେବେ ରାଜ୍ୟର ଯେଉଁ ସବୁ ସ୍କୁଲ ଉପାନ୍ତ ଅଞ୍ଚଳ ମଧ୍ୟରେ ରହିଛି ଏବଂ ଯଦି ସମ୍ପୃକ୍ତ ଅଞ୍ଚଳକୁ କୌଣସି ବିଦ୍ୟୁତ ସଂଯୋଗ ପହଞ୍ôଚନଥିବ କିମ୍ବା ବିଦ୍ୟୁତ ସମସ୍ୟା ରହିଥିବ ସେହି ସବୁ ଅଞ୍ଚଳରେ ଥିବା ସ୍କୁଲରେ ସୋଲାର ବ୍ୟବସ୍ଥାକୁ ବିକଳ୍ପ ଭାବେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି । ସେହିପରି ଯେଉଁ ପରୀକ୍ଷାକେନ୍ଦ୍ରରେ ସୁରକ୍ଷା, ପ୍ରଶ୍ନପତ୍ର ଏବଂ ଉତ୍ତରଖାତା ରହିବା ଭଳି ଆଇରନ୍ ଚେଷ୍ଟ ନଥିବ, ପାଚେରୀ, ସିସି କ୍ୟାମେରା ବ୍ୟବସ୍ଥା ନଥିବ ସେହି ସ୍କୁଲରେ ପରୀକ୍ଷାକେନ୍ଦ୍ର କରାଯିବ ନାହିଁ । ଜିଲ୍ଲାୱାରୀ ଯାଞ୍ଚ ପ୍ରକ୍ରିୟା ଟେଷ୍ଟ୍ ପରୀକ୍ଷା ଶେଷ ହେବା ପରେ ଆରମ୍ଭ ହେବ ।

ଆସନ୍ତା ମାଟ୍ରିକ ପରୀକ୍ଷାରେ ପୁଣି ଅଭିନବ ବ୍ୟବସ୍ଥା ଲାଗୁ କରିବାର ନିଷ୍ପତ୍ତି ଯୋଗୁଁ ଗଣଶିକ୍ଷା ବିଭାଗ ଚର୍ଚ୍ଚାକୁ ପୁଣି ଆସିଛି । ବିଭାଗର ଏପରି ନିଷ୍ପତ୍ତିକୁ ମଧ୍ୟ ସବୁ ସ୍ତରରେ ସ୍ୱାଗତ କରାଯାଇଛି । ପରୀକ୍ଷାରେ ସର୍ବାଧିକ ସ୍ୱଚ୍ଛତା ଆଣିବା ସହ ପ୍ରଶ୍ନପତ୍ର ଏବଂ ଉତ୍ତରଖାତାର ସୁରକ୍ଷା, କପି ରୋକିବା ଲାଗି ସିସି କ୍ୟାମେରା ଏବଂ ପାଚେରୀ ବାଧ୍ୟତାମୂଳକ ନିଷ୍ପତ୍ତି ହୋଇଛି । ମାଟ୍ରିକ ପରୀକ୍ଷା ଲାଗି ଯେଉଁ ସବୁ ସ୍କୁଲକୁ ପରୀକ୍ଷାକେନ୍ଦ୍ର ଭାବେ ମନୋନୀତ କରାଯିବ ସେଥିପାଇଁ ୬ଟି ମାନଦଣ୍ଡକୁ ଅଗ୍ରଧିକାର ଦିଆଯାଇଛି । ଯେଉଁଥିରେ ସ୍କୁଲ ପାଚେରୀ, ସ୍କୁଲର ଭିତ୍ତିଭୂମି, ମୁଖ୍ୟ ଫାଟକ ଏବଂ ସ୍କୁଲ ଫାଟକରେ ଗେଟ୍ ବ୍ୟବସ୍ଥା ରହିଥିବ, କରିଡୋର ଏବଂ ଶ୍ରେଣୀରେ ସିସି କ୍ୟାମେରା, ବିଦ୍ୟୁତ ସଂଯୋଗ, ଲାଇଟ୍‌, ଫ୍ୟାନ୍‌, ପିଇବା ପାଣିର ବ୍ୟବସ୍ଥା ଥିବା ବାଧ୍ୟତାମୂଳକ କରାଯାଇଛି ।

ବିଶେଷକରି ଚଳିତବର୍ଷ ପରୀକ୍ଷାର୍ଥୀଙ୍କ ଲାଗି ମୌଳିକ ସୁବିଧା ଏବଂ ବିଦ୍ୟୁତ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଗତ କିଛି ବର୍ଷ ହେବ ବିଦ୍ୟୁତ ସଂଯୋଗ ନଥିବା ଏବଂ ବାରମ୍ବାର ବିଦ୍ୟୁତକାଟ ଲାଗି ପରୀକ୍ଷାରେ ବ୍ୟାଘାତ ଘଟୁଥିବା ବେଳେ ଖାତାଦେଖା ସମୟରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଥିଲା । ତେଣୁ ଏଥର ପ୍ରଥମ ପର୍ଯ୍ୟାୟ ଅନୁଧ୍ୟାନ ରିପୋର୍ଟରେ କେଉଁ ସ୍କୁଲରେ ବିଦ୍ୟୁତ ବ୍ୟବସ୍ଥା ରହିଛି ଏବଂ କେଉଁଠି ନାହିଁ ତାହାର ତାଲିକା ପ୍ରସ୍ତୁତ କରାଯିବ । ଯେଉଁ ସବୁ ସ୍କୁଲରେ ବିଦ୍ୟୁତ ସମସ୍ୟା ରହିଛି ସଂମ୍ପୃକ୍ତ ସ୍କୁଲରେ ବିକଳ୍ପ ବ୍ୟବସ୍ଥା ଭାବେ ସୋଲାର ବ୍ୟବସ୍ଥା କରାଯିବ । ସେଥିପାଇଁ ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନର ଟଙ୍କା ବ୍ୟୟ କରାଯିବ ।

ରାଜ୍ୟରେ ୧୭୧୨୨ଟି ସ୍କୁଲର ପାଚେରୀ ନଥିବା ବେଳେ ୩୭ହଜାର ୬୫୯ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ନାହିଁ । ସେହିପରି ପ୍ରାୟ ୬ହଜାର ୫ଶହ ସ୍କୁଲର ଭିତ୍ତିଭୂମି ମଧ୍ୟ ଠିକ ନାହିଁ । ଅନୁଧ୍ୟାନ କମିଟି ଏହି ସବୁ ସ୍କୁଲ ଯାଞ୍ଚ କରିବା ସହ କାହିଁକି ବ୍ୟବସ୍ଥାରେ ବିଳମ୍ବ ହୋଇଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ । ଏପରିକି ଯଦି କୌଣସି ଜିଲ୍ଲାରେ ସମସ୍ୟା ଲାଗି ଅଧିକାରୀ ଦାୟି ଥିବା ଜଣାପଡ଼େ ତେବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking