30.1 C
Bhubaneswar
Friday, April 26, 2024
Homeଓଡିଶା୪୦ବର୍ଷ ରହିବା ପରେ ମିଳୁନି ପଟ୍ଟା

୪୦ବର୍ଷ ରହିବା ପରେ ମିଳୁନି ପଟ୍ଟା

ନବରଙ୍ଗପୁର : ନବରଙ୍ଗପୁର କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚିରମା ମୌଜାର ୩ଟି ପରିବାର ୪୦ବର୍ଷ ଧରି ରହିଆସୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ପଟ୍ଟା ମିଳୁନି । ଗୁରୁବାର ଏନେଇ ପରିବାର ଲୋକେ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି । ଚିରମା ମୌଜାର ନରହରି ବିଶୋଇ,ପିତା-ନୀଳକଣ୍ଠ, ଋଷଭ ବିଶୋଇ ପିତା-ଲୋକନାଥ ଓ ବକ୍ସ ବିଶୋଇ,ପିତା-ନୀଳକଣ୍ଠଙ୍କ ପରିବାର ମୋଟ ୧୯ଜଣ ସଦସ୍ୟ ଦୀର୍ଘ ୪୦ବର୍ଷ ହେବ ସେଠାରେ ରହିଆସୁଛନ୍ତି । ସ୍ଥାୟୀ ପଟ୍ଟା ପାଇଁ ଆବେଦନ କରି କୌଣସି ସୁଫଳ ନ ମିଳିବାରୁ ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ରହୁଥିବା ଜାଗାର ନିୟମିତ ଭାବେ ଖଜଣା ମଧ୍ୟ ବାନ୍ଧୁଛନ୍ତି । ୧୮ ତାରିଖ ମଧ୍ୟରେ ଘର ନଛାଡ଼ିଲେ; ଘର ଭାଙ୍ଗିଦିଆଯିବ ବୋଲି କୋଡ଼ିଙ୍ଗା ତହସିଲ ପକ୍ଷରୁ ନୋଟିସ ଦିଆଯାଇଥିବା ନରହରି ବିଶୋଇ କହିଛନ୍ତି । ସମସ୍ତ ପରିବାର ସମେତ ଛୁଆ ପିଲାଙ୍କ ଥଇଥାନ ବ୍ୟବସ୍ଥା କରିବାକୁ ବକ୍ସି ବିଶୋଇ, ଋଷଭ ବିଶୋଇ, ଗୁଣନିଧି ବିଶୋଇ, ଦମୟନ୍ତୀ ବିଶୋଇ, ନମିତା ବିଶୋଇ ପ୍ରମୁଖ ଅନୁରୋଧ କରିଛନ୍ତି ଏ ସମ୍ପର୍କରେ ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ନିମାଇଁଚରଣ ସୂତାରଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking