31.1 C
Bhubaneswar
Friday, March 29, 2024
Homeଓଡିଶାଭୂତକୋଠି ପାଲଟିଛି ଛାତ୍ରୀନିବାସ

ଭୂତକୋଠି ପାଲଟିଛି ଛାତ୍ରୀନିବାସ

ମୋହନା : ସରକାର ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ନାନା ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳରେ ସରକାରୀ ଯୋଜନା କାଗଜ କଲମରେ ସୀମିତ ରହୁଛି । ଏଭଳି ଘଟଣା ମୋହନାସ୍ଥିତ ହିଲଟପ୍ କଲେଜରେ ଦେଖିବାକୁ ମିଳିଛି । ଏଠାରେ ଆଦିବାସୀ ଛାତ୍ରୀମାନଙ୍କ ପାଇଁ ୨୦୧୬ ମସିହାରେ ୨୦୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା । କିନ୍ତୁ ଦୀର୍ଘ ୩ବର୍ଷ ବିତିଯାଇଥିଲେ ମଧ୍ୟ ଛାତ୍ରୀନିବାସ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଫଳରେ ସରକାରଙ୍କ ଜନହିତକର ଯୋଜନାରୁ ବଞ୍ଚିତ ହେଉଛନ୍ତି ଛାତ୍ରୀମାନେ । ଛାତ୍ରୀନିବାସ ନିର୍ମାଣ ଅତି ନିମ୍ନମାନର ହୋଇଥିବା ଯୋଗୁଁ ସେଠାରେ ରହିବାକୁ ସୁରକ୍ଷିତ ମଣୁନଥିବା କିଛି ଛାତ୍ରୀ କହିଛନ୍ତି । କୋଟିଏ ଟଙ୍କାର ଏହି ସରକାରୀ କୋଠାଟି ଏକ ପ୍ରକାର ଜରାଜୀର୍ଣ୍ଣ ହେବାକୁ ବସିଲାଣି । ଅନ୍ୟପଟେ ଛାତ୍ରୀନିବାସ କାର୍ଯ୍ୟକ୍ଷମ ନ ହେବା ଯୋଗୁଁ ଗରିବ ଶ୍ରେଣୀର ଆଦିବାସୀ ଛାତ୍ରୀମାନେ ମୋଟା ଅଙ୍କର ଅର୍ଥଦେଇ ମୋହନା ସହରରେ ଘରଭଡ଼ା ଦେଇରହୁଛନ୍ତି । ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀମାନେ ପ୍ରତିଦିନ ଗ୍ରାମକୁ ଯିବାଆସିବା କରି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅତିଶୀଘ୍ର ଛାତ୍ରୀନିବାସର ନିର୍ମାଣ କାର୍ଯ୍ୟ ଶେଷକରି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି । ଏନେଇ ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା କନିଷ୍ଠ ଯନ୍ତ୍ରୀ ପ୍ରିୟବ୍ରତ ମହାପାତ୍ରଙ୍କ ସହ ଯୋଗାଯୋଗ କରାଯିବାରେ ଅତିଶୀଘ୍ର ବଳକା କାର୍ଯ୍ୟ ସମ୍ପୂର୍ଣ କରି ମହାବିଦ୍ୟାଳୟ କର୍ତ୍ତପକ୍ଷଙ୍କୁ ଛାତ୍ରୀନିବାସ କୋଠା ହସ୍ତାନ୍ତର କରାଯିବ ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking