28.1 C
Bhubaneswar
Friday, May 3, 2024
Homeଓଡିଶାବୈପାରିଗୁଡା ରେ ବ୍ଲକ ସ୍ତରୀୟ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ବୈପାରିଗୁଡା ରେ ବ୍ଲକ ସ୍ତରୀୟ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ବୈପାରିଗୁଡା – ବ୍ଲକ ସ୍ତରୀୟ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ବୈପାରିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ଶିକ୍ଷାଧିକାରୀ ସୁଧିର ଚନ୍ଦ୍ର ରଥ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ସ୍ତରୀୟ ମୋ ସ୍କୁଲ ଅଭିଯାନରେ ବ୍ଲକରେ ଥିବା ବହୁ ପୁରସ୍କୃତ ସ୍କୁଲଗୁଡିକ ଯୋଗ ଦେଇଥିଲେ । ବିଦ୍ୟାଳୟକୁ ସରସ ସୁନ୍ଦର ଗଢି ତୋଳିବା ପାଇଁ ମୋ ସ୍କୁଲ ଅଭିଯାନ ବର୍ତମାନ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ ।ଉକ୍ତ କାର୍ଯ୍ୟକ୍ରମ ୨୦୧୭ ମସିହା ପବିତ୍ର ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ ।ଏହି ଅଭିଯାନକୁ ସଫଳ ରୂପାୟନ କରିବା ନିମନ୍ତେ ବିଦ୍ୟାଳୟରୁ ଶିକ୍ଷା ଲାଭ କରି ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପୂରାତନ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାନୁଷ୍ଠାନ ପ୍ରେମୀ, ସ୍ୱେଚ୍ଛାସେବୀ ସଂଗଠନ ବିଦ୍ୟାଳୟ ସହିତ ଓତଃପ୍ରୋତ ଭାବେ ସାମିଲ ହୋଇ ବୈପାରିଗୁଡା ବ୍ଲକରେ ବିଦ୍ୟାଳୟ ଗୁଡିକରେ ବହୁବିଧ ବିକାଶ କରାଇ ପାରିଛନ୍ତି ବୋଲି ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ବକ୍ତବ୍ୟ ରଖିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା,ସରପଞ୍ଚ ଭାଗୀରଥି ମୁର୍ଜିଆ, ଜିଲ୍ଲା ପରିଷଦ ସଭ୍ୟା ହିରାମଣି ପୂଜାରୀ, ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧିର ଚନ୍ଦ୍ର ରଥ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କନକ ମଞ୍ଜରୀ ଭତ୍ରା, ମୁରଲୀଧର ଡାକୁଆ,ପ୍ରଧାନ ଶିକ୍ଷୟିତ୍ରୀ ମମତା ସୋଏ ପ୍ରମୁଖ ମଞ୍ଚାସୀନ ଥିଲେ ।ଶିକ୍ଷା ବ୍ୟବସ୍ଥା ଏକ ତ୍ରିକୋଣୀୟ ବ୍ୟବସ୍ଥା ।ଏହାର ଗୋଟିଏ ପାଶ୍ୱର୍ରେ ଛାତ୍ର, ଆଉ ଏକ ପାଶ୍ୱର୍ରେ ଶିକ୍ଷକ ଏବଂ ତୃତୀୟ ପାଶ୍ୱର୍ରେ ଅଭିଭାବକ, ଗୁରୁଜନ, ପୁରାତନ ଛାତ୍ରଛାତ୍ରୀମାନେ ରହିଥାନ୍ତି ।ଏହି ତିନିଟି ସ୍ତମ୍ଭର ସମନ୍ୱୟରେ ହିଁ ଶିକ୍ଷା ବ୍ୟବସ୍ଥା ସଫଳ ହୋଇଥାଏ ।ଏହାର ମୂଳ ଲକ୍ଷ୍ୟ ହେଉଛି ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟବସ୍ଥା ସହ ଜଡିତ କରିବା ।

ରିପୋର୍ଟ – ବନଲତା ଲେଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking