31.1 C
Bhubaneswar
Tuesday, April 30, 2024
Homeଖେଳଇତିହାସ ରଚିଲେ କୋହଲି; ବାଉଣ୍ଡାରୀରେ ଭାଙ୍ଗିଲେ ଆଇପିଏଲ୍ ରେକର୍ଡ

ଇତିହାସ ରଚିଲେ କୋହଲି; ବାଉଣ୍ଡାରୀରେ ଭାଙ୍ଗିଲେ ଆଇପିଏଲ୍ ରେକର୍ଡ

ବେଙ୍ଗାଲୁର: ସୋମବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ଇତିହାସ ରଚିଛନ୍ତି । ମ୍ୟାଚ୍‌ରେ ୩ଟି ବାଉଣ୍ଡାରୀ ମାରିବା ମାତ୍ରେ ହିଁ ସେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । କୋହଲି ୨୦ ବଲ୍‌ରେ ୪୨ ରନ୍‌ର ଇନିଂସ୍ ଖେଳିଥିଲେ । ଏହା ମଧ୍ୟରେ ୬ ଚୌକା ୨ ଛକା ସାମିଲ ଥିଲା । ଏହା ସହିତ ଆଇପିଏଲ୍‌ରେ ତାଙ୍କର ମୋଟ ବାଉଣ୍ଡାରୀ (ଚୌକା ଓ ଛକା) ସଂଖ୍ୟା ୯୨୬ ହୋଇଛି ଏବଂ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ବାଉଣ୍ଡାରୀ ମାରିବାରେ ପ୍ରଥମ ବ୍ୟାଟର୍ ହୋଇଛନ୍ତି । ଏହି ମାମଲାରେ ସେ ଶିଖର ଧୱନ୍‌ଙ୍କ ରେକର୍ଡ ଭଙ୍ଗ କରିଛନ୍ତି । କୋହଲିଙ୍କର ଆଇପିଏଲ୍‌ରେ ୬୭୮ ଚୌକା ଓ ୨୪୮ ଛକା ହୋଇଛି । ଏହା ପୂର୍ବରୁ ଧୱନ୍‌ଙ୍କ ନାମରେ ୯୨୦ (୭୬୮ ଚୌକା ଓ ୧୫୨ ଛକା) ବାଉଣ୍ଡାରୀ ରହିଛି । ଏହି ଲିଷ୍ଟ୍‌ରେ ଡେଭିଡ୍ ୱାର୍ଣ୍ଣର୍ ୮୯୮ (୬୬୨ ଚୌକା ଓ ୨୩୬ ଛକା) ବାଉଣ୍ଡାରୀ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ରୋହିତ ଶର୍ମା (୮୫୪) ଚତୁର୍ଥ ଓ କ୍ରିସ୍ ଗେଲ୍ (୭୬୧) ପଞ୍ଚମ ସ୍ଥାନରେ ରହିଛନ୍ତି । ସୁରେଶ ରାଇନା ୫୦୬ ଚୌକା ଓ ୨୦୩ ଛକା ସମେତ ମୋଟ ୭୦୯ ବାଉଣ୍ଡାରୀ ସହ ଷଷ୍ଠରେ ରହିଛନ୍ତି ।
ଏହା ବ୍ୟତୀତ କୋହଲି ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ରନ୍ ମାମଲାରେ ଇଂଲଣ୍ଡର ଆଲେକ୍ସ ହେଲ୍ସଙ୍କୁ ପଛରେ ପକାଇ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି । ଏହି ଫର୍ମାଟ୍‌ରେ ତାଙ୍କର ଏବେ ମୋଟ ୧୨୩୫୫ ରନ୍ ହୋଇଛି । ହେଲ୍ସଙ୍କ ନାମରେ ୧୨,୩୧୯ ରନ୍ ରହିଥିବା ବେଳେ ଏହି ତାଲିକା ଶୀର୍ଷରେ କ୍ରିସ୍ ଗେଲ୍ ରହିଛନ୍ତି । ସେ ୪୬୩ ମ୍ୟାଚ୍‌ରେ ୧୪୫୬୨ ରନ୍ କରିଥିଲେ । ସୋଏବ ମଲିକ୍ ୫୪୨ ମ୍ୟାଚ୍‌ରେ ୧୩,୩୬୦ ରନ୍ ଏବଂ କାଇରନ୍ ପୋଲାର୍ଡ ୧୨,୯୦୦ ରନ୍ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking