30.1 C
Bhubaneswar
Wednesday, May 1, 2024
Homeଖେଳଅଲିମ୍ପିଆରେ ପ୍ୟାରିସ୍ ଅଲିମ୍ପିକ୍ ମଶାଲ୍ ପ୍ରଜ୍ୱଳିତ

ଅଲିମ୍ପିଆରେ ପ୍ୟାରିସ୍ ଅଲିମ୍ପିକ୍ ମଶାଲ୍ ପ୍ରଜ୍ୱଳିତ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ମଶାଲ୍ ମଙ୍ଗଳବାର ଗ୍ରୀସ୍‌ର ପ୍ରାଚୀନ ସହର ଅଲିମ୍ପିଆରେ ପ୍ରଜ୍ୱଳିତ ହୋଇଛି । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓଜି) ଅଧ୍ୟକ୍ଷ ଥମାସ୍ ବାକ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଗ୍ରୀସ୍ ରାଷ୍ଟ୍ରପତି କାତେରିନା ସକେଲାରୋପୋଲୁଙ୍କ ଉପସ୍ଥିତିରେ ଗ୍ରୀକ୍ ଅଭିନେତ୍ରୀ ମ୍ୟାରୀ ମିନା ଏହି ମଶାଲ୍‌କୁ ପ୍ରଜ୍ୱଳିତ କରିଛନ୍ତି । ମଶାଲ୍ ପ୍ରଜ୍ୱଳନ ପରେ ଏହା ଟୋକିଓ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ଗ୍ରୀସ୍‌ର ଷ୍ଟେଫାନୋସ୍ ଡୋସ୍କୋସ୍‌ଙ୍କୁ ପ୍ରଦାନ କରାଯାଇଥିଲା । ସ୍ମାରକ ନିକଟରେ ସେ ମଶାଲ ଧରି କିଛି ବାଟ ପରିଭ୍ରମଣ କରିବା ପରେ ୩ ସ୍ୱର୍ଣ୍ଣ ପଦକ ବିଜେତା ଫ୍ରାନ୍ସ ସନ୍ତରଣକାରୀ ଲୌରେ ମାନାଉଡୋଉଙ୍କ ହାତରେ ମଶାଲ୍ ଅର୍ପଣ କରିଥିଲେ । ମଶାଲ୍ ୧୧ ଦିନ ପର୍ଯ୍ୟନ୍ତ ଗ୍ରୀସ୍‌ରେ ପରିଭ୍ରମଣ କରିବା ପରେ ଏଥେନ୍ସର ପାନାଥେନାଇକ୍ ଷ୍ଟାଡିୟମ୍‌ରେ ଏପ୍ରିଲ୍ ୨୬ ତାରିଖରେ ପ୍ୟାରିସ୍ କ୍ରୀଡ଼ା ଆୟୋଜକଙ୍କୁ ଆଧିକାରିକ ଭାବେ ପ୍ରଦାନ କରାଯିବ । ପରଦିନ ଏହା ବେଲେମ୍ ଶିପ୍‌ରେ ପରିଭ୍ରମଣ ପରେ ମେ ୮ ତାରିଖରେ ମାର୍ସେଲିରେ ପହଞ୍ଚିବ । ଜୁଲାଇ ୨୬ରେ ଆୟୋଜନସ୍ଥଳରେ ଅଲିମ୍ପିକ୍ ମଶାଲ୍ ପ୍ରଜ୍ୱଳନ ପରେ ୬୮ ଦିନର ମଶାଲ ରିଲେ ଶେଷ ହେବ ।
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଚଳିତ ବର୍ଷ ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ଥର ପ୍ୟାରିସ୍ ଅଲିମ୍ପିକ୍ସରେ ବାଇଗଣୀ ରଙ୍ଗର ଟ୍ରାକ୍ ଦେଖିବାକୁ ମିଳିବ ଯଦିଓ ଟ୍ରାକ୍‌ର ରଙ୍ଗ ସାଧାରଣତଃ ଲାଲ୍ ହୋଇଥାଏ । ଏହାର କାରଣ ସମ୍ପର୍କରେ ପ୍ୟାରିସ୍ ଅଲିମ୍ପିକ୍ ଆଥ୍‌ଲେଟିକ୍ସ ପ୍ରତିଯୋଗିତାର ଇନ୍‌ଚାର୍ଜ ଏବଂ ପୂର୍ବତନ ଅଲିମ୍ପିଆନ୍ ଆଲେନ୍ ବ୍ଲୋଣ୍ଡେଲ୍ କହିଛନ୍ତି, ବାଇଗଣୀ ରଙ୍ଗ ପ୍ୟାରିସ୍ ଅଲିମ୍ପିକ କ୍ରୀଡ଼ାର ରଙ୍ଗ ମଧ୍ୟରୁ ଅନ୍ୟତମ । ନିକଟରେ ଅଲିମ୍ପିକ୍ ସଂଘ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ା ପାଇଁ ତିନିଟି ରଙ୍ଗର ଚୟନ କରିଥିଲା, ଯାହା ମଧ୍ୟରେ ଗୁଲାବୀ, ନୀଳ ଏବଂ ବାଇଗଣୀ ରଙ୍ଗ ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking