40.1 C
Bhubaneswar
Tuesday, April 30, 2024
Homeଖେଳପୁଲିସ ହେପାଜତରେ ମାଇକେଲ୍ ସ୍ଲାଟର୍

ପୁଲିସ ହେପାଜତରେ ମାଇକେଲ୍ ସ୍ଲାଟର୍

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଏବଂ ଟିଭି କମେଣ୍ଟେଟର୍ ମାଇକେଲ୍ ସ୍ଲାଟର୍‌ଙ୍କୁ ଏକ ଦଜନରୁ ଊର୍ଦ୍ଧ୍ୱ ମାମଲା ଅଭିଯୋଗରେ ପୁଲିସ ହେପାଜତକୁ ନେଇଛି । ୫୪ ବର୍ଷୀୟ ସ୍ଲାଟର୍‌ଙ୍କୁ ସୋମବାର ମାରୁଚିଡୋର୍ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ଏହି ଅବସରରେ ସେ ୨୦୨୩ ଡିସେମ୍ବର ୫ରୁ ୨୦୨୪ ଏପ୍ରିଲ୍ ୧୨ ତାରିଖ ମଧ୍ୟରେ ଭିନ୍ନ ଭିନ୍ନ ତାରିଖରେ କ୍ୱିନ୍ସଲାଣ୍ଡ୍‌ର ସନ୍‌ସାଇନ୍ ଉପକୂଳରେ କଥିତ ଅପରାଧରେ ସମ୍ବନ୍ଧିତ ୧୯ ମାମଲାର ସମ୍ମୁଖୀନ ହୋଇଛନ୍ତି । ଏହି ଅଭିଯୋଗ ମଧ୍ୟରେ ବେଆଇନ ଭାବେ ପିଛା କରିବା, ଭୟଭୀତ ସହିତ ଧମକାଇବା, ରାତିରେ ଘରେ ପଶିବା, ଶାରୀରିକ ଆକ୍ରମଣ ଏବଂ ଘରୋଇ ହିଂସା ସାମିଲ । ଏହା ବ୍ୟତୀତ ତାଙ୍କ ବିରୋଧରେ କୋର୍ଟ ଜାମିନ ଏବଂ ଘରୋଇ ହିଂସା ଆଦେଶର ଉଲ୍ଲଂଘନ ଭଳି ଦଶଟି ଅଭିଯୋଗ ମଧ୍ୟ ଲଗାଇଛନ୍ତି । ଘରୋଇ ହିଂସାର ବହୁଦିନ ପରେ ତାଙ୍କୁ ଶୁକ୍ରବାର ତାଙ୍କ ଘରୁ ଗିରଫ କରାଯାଇଥିବା ପୁଲିସ କହିଛନ୍ତି । କୋର୍ଟ ଆଦେଶ ପରେ ମଙ୍ଗଳବାର ସ୍ଲାଟର୍‌ଙ୍କୁ ପୁଲିସ ନିଜ ହେପାଜତରେ ନେଇଛି ।
୧୯୯୩ ଆଶେସ୍ ଟୁର୍ ବେଳେ ଡେବ୍ୟୁ ପରେ ସ୍ଲାଟର୍ ଅଷ୍ଟ୍ରେଲିଆ ପକ୍ଷରୁ ୭୪ ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ୧୪ ଶତକ ସହିତ ୪୨.୮୩ ଆଭରେଜ୍‌ରେ ୫୩୧୨ ରନ୍ କରିଥିଲେ । ତାଙ୍କ ନାମରେ ୪୨ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୯୮୭ ରନ୍ ମଧ୍ୟ ରହିଛି । ୨୦୦୪ରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାପରେ ସ୍ଲାଟର୍ ଜଣେ ସଫଳ କମେଣ୍ଟେଟର୍ ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking