29.1 C
Bhubaneswar
Wednesday, May 1, 2024
Homeଓଡିଶାଏସ୍‌ସିବିରୁ ଫେରାର୍ କଏଦୀର ଆତ୍ମହତ୍ୟା

ଏସ୍‌ସିବିରୁ ଫେରାର୍ କଏଦୀର ଆତ୍ମହତ୍ୟା

କଟକ: ଯକ୍ଷ୍ମା ଓ ଛାତିରୋଗ ବିଭାଗରେ ଚିକିତ୍ସିତ ହେଉଥିବା ଶୁକ୍ରା ମୁଣ୍ଡା ସୋମବାର ରାତିରେ ମେଡିକାଲରୁ ଫେରାର୍ ହୋଇଥିଲାବେଳେ ସେ ଯାଜପୁରରେ ଆତ୍ମହତ୍ୟା କରିଛନ୍ତି । ଯାଜପୁର ଅଞ୍ଚଳରେ ଶୁକ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା ବୋଲି ଏସ୍‌ସିବି ମେଡିକାଲ୍ ଫାଣ୍ଡି ଅଧିକାରୀ ମାନେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି । ପାରିପାଶ୍ୱିର୍କ ପରିସ୍ଥିତିରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ପ୍ରକାଶଯୋଗ୍ୟ ଆଠଗଡ଼ ରାଧାରମଣପୁରସ୍ଥିତ ମଡେଲ୍ କନଭିକ୍ଟ ଜେଲ୍‌ରେ ଶୁକ୍ରା ସଜ୍ଜା କାଟୁଥିଲା । ଗତବର୍ଷ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ବଡ଼ମେଡିକାଲ୍ ଅଣାଯାଇଥିଲା । ସେତେବେଳେ ସେ ମଧ୍ୟ ଫେରାର୍ ହୋଇଯାଇଥିଲା । ତେବେ ପୁଲିସ ତାକୁ ଧରିବାରେ ସଫଳ ହୋଇଥିଲା । ଗତ ଦୁଇମାସ ପୂର୍ବେ ପୁଣିଥରେ ଅସୁସ୍ଥହୋଇ ପଡ଼ିଥିବା ଶୁକ୍ରାକୁ ବଡ଼ମେଡିକାଲ୍ ଅଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking