32.1 C
Bhubaneswar
Thursday, May 9, 2024
Homeକଳିଙ୍ଗ ସୁପର କପ୍‌-୨୦୨୪ଜାନୁଆରୀ ୯ରୁ ଆରମ୍ଭ ହେବ କଳିଙ୍ଗ ସୁପର କପ୍‌ ୨୦୨୪

ଜାନୁଆରୀ ୯ରୁ ଆରମ୍ଭ ହେବ କଳିଙ୍ଗ ସୁପର କପ୍‌ ୨୦୨୪

ଭୁବନେଶ୍ୱର : ନୂଆବର୍ଷରୁ କଳିଙ୍ଗ କପ ଫୁଟବଲ୍ । ଜାନୁଆରୀ ୯ ତାରିଖରୁ ରାଜ୍ୟରେ ଦୁଇଟି ଭେନ୍ୟୁରେ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ସୁପର କପ୍ । ସର୍ବଭାରତୀୟ ଫୁଟବଲ ସଂଘ ବା ଏଆଇଏଫ୍‌ଏଫ୍ ସଭାପତି କଲ୍ୟାଣ ଚୌବେ ଏନେଇ ଘୋଷଣା କରିଛନ୍ତି । । ଶ୍ରୀ ଚୌବେ କ‌ହିଛନ୍ତି, ‘ପ୍ରତି ବର୍ଷ ଆୟୋଜିକ ହେଉଥିବା ସୁପର କପ୍‌କୁ ଏବେ ବିଶାଳ ଭାବେ ଆୟୋଜନ କରାଯିବ । ଟୁର୍ନାମେଣ୍ଟର ନୂଆ ନାମକରଣ ହୋଇ ‘କଳିଙ୍ଗ ସୁପର କପ୍ ରଖାଯାଇଛି । ଓଡ଼ିଶାରେ ଏହା ଜାନୁଆରୀ ୯ତାରିଖରୁ ଖେଳାଯିବ । ଏହା ଭାରତୀୟ ଘରୋଇ ଫୁଟବଲକୁ ଅଧିକ ସମୃଦ୍ଧ କରିବାରେ ସହାୟକ ହେବ ।’ ଇଣ୍ଡିଆଡ ସୁପର ଲିଗ୍ ଏବଂ ଆଇଲିଗୁରୁ ଦଳ ଗୁଡ଼ିକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଟୁର୍ନାମେଣ୍ଟରେ ୪ଟି ଗୁରୁପ୍ ରହିବ । ପ୍ରତି ଗୁରୁପ୍‌ରେ ୪ଟି ଦଳ ରହିବେ ଏବଂ ପରସ୍ପରକୁ ଅରୁଟିଏ ଭେଟିବେ । ଗୁରୁପ୍ ଟପୁର ଦଳ ସେମି ଫାଇନାଲକୁ ଉନ୍ନୀତ ହେବ । ଟାମ୍ପିଅନ ବଳ ଏଏଫ୍‌ସି ୨୦୨୩-୨୪ର ଏସିଏଲ୍-୨ର ପ୍ରାରମ୍ଭିକ ପର୍ଯ୍ୟାୟ ଖେଳିବାକୁ ଯୋଗ୍ୟତା ହାସଲ କରିବ ।କଳିଙ୍ଗ କପ୍ ଫୁଟବଲ ଏକ ନୂଆ ଏବଂ ବିସ୍ତୃତ ରୂପରେ ଆୟୋଜିତ ହେବାକୁ ଯାଉଛି । ଯାହା ରାଜ୍ୟ ପାଇଁ ଗୌରବର ବିଷୟ । ୧୯୬୨ ମସିହାରେ କ୍ରୀଡାପ୍ରେମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କଳିଙ୍ଗ କପ୍ ଫୁଟବଲ ଆରମ୍ଭ କରିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking