36.1 C
Bhubaneswar
Monday, May 20, 2024
Homeଦେଶ ବିଦେଶ୨ ଟ୍ରକ ମୁହାଁ ମୁହିଁ ଧକ୍କା : ଜିଅନ୍ତା ଜଳିଗଲେ ଡ୍ରାଇଭର

୨ ଟ୍ରକ ମୁହାଁ ମୁହିଁ ଧକ୍କା : ଜିଅନ୍ତା ଜଳିଗଲେ ଡ୍ରାଇଭର

ରାଜସ୍ଥାନ : ରାଜସ୍ଥାନର ହନୁମାନଗଡରେ ଘଟିଛି ଅଭାବନୀୟ ଘଟଣା । ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଫଳରେ ଘଟଣା ସ୍ଥଳରେ ଜଣେ ଡ୍ରାଇଭର ଜିଅନ୍ତା ଜଳିଯାଇଥିବା ବେଳେ ଆଉ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏକ ଟ୍ରକ ପିଲିବଙ୍ଗାରୁ ହନୁମାନଗଡ ଆସୁଥିବା ବେଳେ ଅନ୍ୟ ଏକ ଟ୍ରକଟି ହନୁମାନଗଡରୁ ପିଲିବଙ୍ଗା ଆଡକୁ ଯାଉଥିଲା । ଏହି ସମୟରେ ଟାଉନ ଥାନା ଅଧୀନ ଭାରତମାଲା ରୋଡରେ ଏହି ଦୁର୍ଘଟଣା ଘଟିଥିଲା । ଏବଂ ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ଦୁଇଟି ଯାକ ଟ୍ରକରେ ନିଆଁ ଲାଗିଯାଇଥିଲା । ଏବଂ ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କର ପ୍ରାଣବାୟୁ ଉଡିଯାଇଥିଲା । ତେବେ ଏ ବିଷୟରେ ଖବର ପାଇ ପୋଲିସ ଓ ଅଗ୍ନିଶମ ଗାଡି ପହଂଚି ନିଆଁକୁ ଲିଭାଇବା ସହ ଘଟଣା ସ୍ଥଳରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking