30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଉତ୍ତର କୋରିଆରେ ଦ୍ରୁତ କୋଭିଡ୍ ସଂକ୍ରମଣ ବେଳେ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିଲେ କିମ୍ ଜୋଙ୍ଗ୍ ଉନ୍

ଉତ୍ତର କୋରିଆରେ ଦ୍ରୁତ କୋଭିଡ୍ ସଂକ୍ରମଣ ବେଳେ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିଲେ କିମ୍ ଜୋଙ୍ଗ୍ ଉନ୍

ପିୟୋଙ୍ଗ୍ୟାଙ୍ଗ୍: ନିକଟ ଅତୀତରେ ଦ୍ରୁତ କୋଭିଡ୍ ସଂକ୍ରମଣ ବ୍ୟାପିଥିବା ବେଳେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ଙ୍କୁ ଭୀଷଣ ଜ୍ବର ହୋଇଥିବା କଥା ତାଙ୍କ ଭଉଣୀ କହିଛନ୍ତି। ଦକ୍ଷିଣ କୋରିଆରୁ ଫିଙ୍ଗା ଯାଉଥିବା ପ୍ରଚାର ଲିଫଲେଟ୍ ଉତ୍ତର କୋରିଆରେ କୋଭିଡ୍ ସଂକ୍ରମଣ ବ୍ୟାପିବାର କାରଣ ବୋଲି କିମ୍ ଜୋଙ୍ଗ୍ ଉନଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ୍ କହିଥିଲେ। ଆଜି ରାଷ୍ଟ୍ରାୟତ ’କୋରିଆନ୍ ସେଣ୍ଟ୍ରାଲ୍ ନିଉଜ୍ ଏଜେନସି’ ରିପୋର୍ଟ ଅନୁସାରେ, ପୁଣି କିମ୍ ଜୋଙ୍ଗ୍ ଉନ୍ ମଧ୍ୟ କହିଛନ୍ତି ଯେ, ‘ପାମ୍ଫଲେଟ୍’ ହିଁ ନିକଟ ଅତୀତରେ ବ୍ୟାପିଥିବା କୋଭିଡ୍ ସଂକ୍ରମଣ ପାଇଁ ଦାୟୀ। ଦକ୍ଷିଣ କୋରିଆ ନେତାଙ୍କ ଅଧୀନରେ ଥିବା ଲୋକମାନେ ସୀମାନ୍ତରେ ଛାଡୁଥିବା ଲିଫଲେଟ୍ ଏବଂ ବେଲୁନ୍ ବହନ କରି ଆଣୁଥିବା ଅସ୍ବାସ୍ଥ୍ୟକର ଜିନିଷ ଯୋଗୁଁ ହିଁ ଉତ୍ତର କୋରିଆରେ ସଂକ୍ରମଣ ବ୍ୟାପୁଛି। ଭାଷଣ ଦେବା ବେଳେ କିମ୍ ୟୋ ଜୋଙ୍ଗ୍ କହିଥିଲେ କି, ଜ୍ବରରେ ପଡ଼ି ଭାଇ କିମ୍ ଜୋଙ୍ଗ୍ ଉନ୍ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ମାତ୍ର ଦେଶବାସୀଙ୍କ ଚିନ୍ତାରେ ଭାଇ ମୁହୂର୍ତ୍ତକ ପାଇଁ ବି ଶୋଇ ପାରି ନ ଥିଲେ। ଉତ୍ତର କୋରିଆରେ କୋଭିଡକୁ ‘ଫିବର୍ କେସ୍’ କୁହାଯାଉଥିବା ବେଳେ କିମ୍ ସେହି ପ୍ରକାର ଜ୍ବରରେ ଆକ୍ରାନ୍ତ ହୋଇଥିଲେ କି, ନାହିଁ ତାହା ସେ ସ୍ପଷ୍ଟ କରିନାହାନ୍ତି। କିମ୍ କେବେ ଜ୍ବରରେ ପଡ଼ିଥିଲେ, ସେ କଥା ମଧ୍ୟ ସେ ଜଣାଇ ନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking