30.1 C
Bhubaneswar
Friday, April 26, 2024
Homeଅପରାଧଯୁବକଙ୍କ ତଂଟି କାଟି ହତ୍ୟା

ଯୁବକଙ୍କ ତଂଟି କାଟି ହତ୍ୟା

ନବରଙ୍ଗପୁର : ରବିବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ମଇଦଲପୁର ଜଙ୍ଗଲ ମଧ୍ୟରେ ତଣ୍ଟି କଟାଯାଇ ହତ୍ୟା କରାଯାଇଥିବା ଜଣେ ଯୁବକଙ୍କ ଶବ ମିଳିଛି। ମୃତ ଯୁବକ ହେଉଛନ୍ତି ପାପଡ଼ାହାଣ୍ଡି ଥାନା ଅଧୀନ ଝାଡ଼କୁସୁମୀ ଗାଁ’ର ଡମୁ ଭତରାଙ୍କ ୨୦ ବର୍ଷିୟ ପୁଅ ରମୁ ଭତରା।
ସୂଚନା ଅନୁଯାୟୀ, ଗୁରୁବାର ଦିନ ଗୋଟାଏ ଲାଲ୍ ରଙ୍ଗର ମଟରସାଇକେଲ୍‌ରେ ଦୁଇ ଜଣ ଯୁବକ ଆସି ରମୁକୁ ଘରୁ ଡାକି ନେଇଥିଲେ। ସେ ଦିନ ସେ ଆଉ ଘରକୁ ଫେରି ନ ଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ତା’ର ସନ୍ଧାନ ନ ପାଇବାରୁ ଶୁକ୍ରବାର ଦିନ ଥାନାରେ ଅଭିଯୋଗ କରିଥିଲେ।
ପାପଡ଼ାହାଣ୍ଡିରୁ ପ୍ରାୟ ୧୫ କିଲୋମିଟର ଦୂର ମଇଦଲପୁର ଏବଂ ସେଠାରୁ ଆହୁରି ୩ କିଲୋମିଟର ଦୂର ଜାତୀୟ ରାଜପଥ ପାର୍ଶ୍ୱ ଜଙ୍ଗଲରେ ଜଣେ ଯୁବକଙ୍କ ତଣ୍ଟିକଟା ଯାଇଥିବା ଶବ ପଡ଼ିଥିବା କଥା ସେଠାକାର ଲୋକଙ୍କ ଠାରୁ ଶୁଣି ରମୁଙ୍କ ପରିବାର ଲୋକେ ଦେଖିବାକୁ ଯାଇଥିଲେ। ଏବଂ ସେ ଶବ ରମୁର ବୋଲି ସେମାନେ ଚିହ୍ନଟ କରିଥିଲେ। ଶବ ପାଖରେ କେତୋଟି ମଦ ବୋତଲ ମଧ୍ୟ ପଡ଼ିଥିଲା।ଏ ବିଷୟରେ ଖବର ପାଇ ମଇଦଲପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking