28.1 C
Bhubaneswar
Friday, May 3, 2024
Homeଓଡିଶାକରୋନା ତାଲିକାରେ ଖୋର୍ଦ୍ଧା ସହର ନବିନାବାଗ ଅଞ୍ଚଳକୁ ନିଷେଧାଞ୍ଚଳ ଘୋଷଣା

କରୋନା ତାଲିକାରେ ଖୋର୍ଦ୍ଧା ସହର ନବିନାବାଗ ଅଞ୍ଚଳକୁ ନିଷେଧାଞ୍ଚଳ ଘୋଷଣା

ଖୋର୍ଦ୍ଧା : ରାଜ୍ୟରେ ପୁଣି ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଙ୍କ  ମଧ୍ଯରେ  ଖୋର୍ଦ୍ଧା ପୌରାଞ୍ଚଳ ସମେତ ବାଣପୁର ବ୍ଲକର ୨ମୋଟ ୩ ଜଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଶୁକ୍ରବାର କରୋନା ତାଲିକାରେ ଯୋଡି ହୋଇଛି ଖୋର୍ଦ୍ଧା ସହର।  ୬ନମ୍ବର ୱାର୍ଡ ଅନ୍ତର୍ଗତ ନବିନାବାଗ ଅଞ୍ଚଳର ଜଣେ ଚିହ୍ନଟ ହୋଇଛନ୍ତି । ସେ ପଶ୍ଚିମବଙ୍ଗ ରୁ ଫେରି ଘରେ ସଂଘରୋଧ ଥିଲେ । ବାଣପୁର ରୁ ଚିହ୍ନଟ ବ୍ଯକ୍ତି କ୍ବାରେଣ୍ଟାଇନ ସେଣ୍ଟର ର ବୋଲି ଜଣାପଡିଛି । ସେମାନେ ସୁରତ ଫେରନ୍ତା ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତ ଙ୍କୁ ଭୁବନେଶ୍ବର କୋଭିଡ ମେଡିକାଲ କୁ ପଠାଯାଇଛି ।
ଅନ୍ୟପଟେ ଜିଲ୍ଲାପାଳ ଶିତାଂଶୁ ରାଉତ  ଚିହ୍ନଟ ହୋଇଥିବା ନବିନାବାଗ ଅଞ୍ଚଳକୁ ନିଷେଧାଞ୍ଚଳ ଘୋଷଣା କରିଛନ୍ତି । ଉକ୍ତ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ଏହି ଅଞ୍ଚଳରୁ କେହି ବି ବାହାରକୁ ଯାଇ ପାରିବେ ନାହିଁ । ପୌର ପ୍ରଶାସନ ପକ୍ଷରୁ ଅତ୍ଯାବଶ୍ଯକ ଖାଦ୍ଯ ସାମଗ୍ରୀ ପହଞ୍ଚାଇବା ବ୍ଯବସ୍ଥା କରାଯିବ । ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବ । ଉକ୍ତ ଅଞ୍ଚଳର ଲୋକ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ବ୍ଯବସ୍ଥା କରାଯିବ ବୋଲି ଜିଲ୍ଲାପାଳ ରାଉତ କହିଛନ୍ତି । ଏହି ଅଞ୍ଚଳରେ ତଦାରଖ ପାଇଁ ପୌର ଅଧିକାରୀ ଶ୍ବେତପଦ୍ମା ଶତପଥୀ, ଏଡିଏମଓ( ପରିବାର କଲ୍ୟାଣ) ଏବଂ ସିଡିଏମଓ ବିଶ୍ବ ରଞ୍ଜନ ପତି ଦାୟିତ୍ୱ ରେ ରହିଛନ୍ତି । ଖୁବଶୀଘ୍ର ଉକ୍ତ ଅଞ୍ଚଳ କୁ ସିଲ  ସହ ଅଗ୍ନିଶମ କର୍ମଚାରୀ ଙ୍କ ସହାୟତା ରେ ବିଶୋଧନ କରିଯିବ ବୋଲି ପୌର ନିର୍ବାହୀ ଶତପଥୀ କହିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking